Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଣି ଗାରେଡ଼ିକୁ କେନ୍ଦ୍ରକରି ଜଣେ ମୃତ

ବଲାଙ୍ଗୀର: ବଲାଙ୍ଗୀରରେ ଗୁଣି ଗାରେଡ଼ିକୁ କେନ୍ଦ୍ରକରି ଜଣଙ୍କର ମୃତ୍ୟୁ ଘଟିଛି। ତୁଷୁରା ଥାନା ଆଠଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ୨ ପରିବାର ମଧ୍ୟରେ ଝଗଡାରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।

ତେବେ ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ସଦସ୍ୟ ଅନ୍ୟ ପରିବାର ଜଣଙ୍କୁ ପଥରରେ ଛେଚି ଛେଚି ହତ୍ୟା କରିଥିଲେ।ସେପଟେ ଗୁରୁତର ମାନଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ପଠାଇଛି ପୋଲିସ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ