Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଲୋଲିଆ ବିରୋଧରେ ଏକାଠି ହେଲେ ସ୍ଥାନୀୟ ବାସିନ୍ଦା,ମାମଲା ରୁଜୁ

ସମ୍ବଲପୁର: ସ୍ଥାନୀୟ କାଇଁଶିର ନୂଆପଡା ଠାରେ ଖ୍ରୀଷ୍ଟିଆନ ମାନଙ୍କ ଦ୍ବାରା ଦୀର୍ଘ ଦିନରୁ ଚାଲିଆସୁଥିବା ବେଆଇନ ହାଲୋଲିଆ ବିରୋଧରେ ଏହାକୁ ବନ୍ଦ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଓ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଗତକାଲି ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ସୂଚନାଯୋଗ୍ୟ ଯେ ସମ୍ବଲପୁର କାଇଁଶିର ସ୍ଥିତ ନୁଆପଡାରେ ଅଶୋକ କରାଲି ନାମକ ଖ୍ରୀଷ୍ଟୀୟାନ ପାଷ୍ଟର ଦୀର୍ଘ ଦିନ ଧରି ତାଙ୍କର ନିଜ ଘରେ ଆଖପାଖ ଅଞ୍ଚଳର ଶହ ଶହ ଲୋକଙ୍କୁ ଡାକି ଖୁବ ଉଚ୍ଚ ସ୍ବରରେ ଡାକବାଜି ଯନ୍ତ୍ର ଲଗାଇ ପ୍ରତ୍ୟେକ ଶନିବାର ଓ ରବିବାର ହାଲୋଲିଆ କାର୍ଯ୍ୟକ୍ରମ କରୁଛନ୍ତି । ଏଠାରେ ଧ୍ୟାନ ଯୋଗ୍ୟ ବିଷୟ ଯେ ଏହି ପଡାରେ ପାଷ୍ଟର କରାଲିଙ୍କ ପରିବାରକୁ ଛାଡ଼ି ଗୋଟିଏ ହେଲେ ଖ୍ରୀଷ୍ଟିଆନ ପରିବାର ନାହାନ୍ତି । ତାପରେ ମଧ୍ୟ ସେଠାରେ ହାଲୋଲିଆ କାର୍ଯ୍ୟକ୍ରମ କରିବାର କାରଣ କଣ ? ହାଲୋଲିଆ ମାଧ୍ୟମରେ ହିନ୍ଦୁ ମାନଙ୍କୁ ଧର୍ମାନ୍ତରଣ କରିବାର ଏକ ବିରାଟ ଷଢ଼ଯନ୍ତ୍ର ସଂମ୍ପୂର୍ଣ୍ନ ଦେଶରେ ଚାଲିଛି ଓ ଏହା ମଧ୍ୟ ଅଂଶ ବିଶେଷ ।
ଏହି କାର୍ଯ୍ୟକ୍ରମ ଚାଲୁଥିବା ସ୍ଥାନ ପାଖରେ ଅରବିନ୍ଦ ସ୍କୁଲ ଓ ସରକାରୀ ସ୍କୁଲ ମଧ୍ୟ ଅଛି । ତେଣୁ ଏହା ଦ୍ବାରା ସେଠାରେ ଲୋକଙ୍କ ଧାର୍ମିକ ଭାବନାକୁ ମଧ୍ୟ ବ୍ୟାଘାତ କରାଯାଉଛି , ସମୟ ସମୟରେ ହିନ୍ଦୁ ଧର୍ମ ବିଷୟରେ ଆଶାଳୀନ ମନ୍ତବ୍ୟ ଶୁଣାଯାଉଛି ତା ସହିତ ପିଲାଙ୍କ ଶିକ୍ଷା ରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଛି । ଯଦ୍ବାରା ସେଠାରେ ଏକ ଅଶାନ୍ତି ର ବାତାବରଣ ସୃଷ୍ଟି ହେଉଛି । ତେଣୁ ଓଡିଶା ଧାର୍ମିକ ଆଇନ ଆଧାରରେ ଅଶୋକ କରାଲି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ଓ ଏହି ହାଲୋଲିଆ ବନ୍ଦ କରିବା ପାଇଁ ଦାବି କରାଯାଇଛି ନଚେତ ସେଠାରେ ସାମାଜିକ ସଦଭାବନା ଖରାପ ହେବା ସୁନିଶ୍ଚିତ ଅଟେ । ଏହି ଅଭିଯୋଗ ଆଧାରରେ ପାଷ୍ଟର କରାଲି ପୋଲିସ ସମ୍ମୁଖରେ ଆଗାମୀ ଦିନରେ ଏହା କରାଯିବ ନାହିଁ ଓ ଯଦି କରାଗଲେ ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ