Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଣ୍ଡନରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଆକ୍ରମଣ

ଲଣ୍ଡନ: ଲଣ୍ଡନରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ କାରକୁ ଖଲିସ୍ତାନୀ ସମର୍ଥକମାନେ ଘେରି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ କାର ସାମ୍ନାକୁ ଆସି ତ୍ରିରଙ୍ଗାକୁ ଚିରି ଦେଇଥିଲେ।

ସେ ଲଣ୍ଡନର ଚାଥାମ ହାଉସ ଥିଙ୍କ ଟ୍ୟାଙ୍କର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷ ହେବା ମାତ୍ରେ ସେ ତାଙ୍କ ଗାଡ଼ି ଆଡ଼କୁ ଗଲେ। ତାଙ୍କୁ ଦେଖିବା ପରେ ସେଠାରେ ପୂର୍ବରୁ ବିରୋଧ କରୁଥିବା ଖାଲିସ୍ତାନ ସମର୍ଥକମାନେ ସ୍ଲୋଗାନ ଦେବା ଆରମ୍ଭ କରିଦେଇଥିଲେ।

ଏହି ସମୟ ମଧ୍ୟରେ ସେ ଭାରତର ଜାତୀୟ ପତାକା ଚିରି ଦେବାସହ ତାଙ୍କୁ ଆକ୍ରମଣ କରିବାକୁ ଗାଡି଼ ଆଡକୁ ଦୌଡ଼ି ଯାଇଥିଲେ।

More Stories