Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଭଦ୍ରା ଶକ୍ତିମେଳାର ଶୁଭାରମ୍ଭ, ଦୁଲୁକିଲା ମଞ୍ଚ

ସମ୍ବଲପୁର: ଆଜି ଅଇଁଠାପାଲି ବିର୍ସା ମୁଣ୍ଡା ମଇଦାନ(ପିଏଚ୍‌ଚ୍କଡି ପଡିଆ)ରେ ସୁଭଦ୍ରା ଶକ୍ତି ମେଳା ଉଦ୍‌ଘାଟିତ ହୋଇଛି। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁଧାଂଶୁ କୁମାର ଭୋଇ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରେଣୁବାଳା ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଏଡି ମେଳା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବା ଜିଲ୍ଲାପାଳ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ କହିଛନ୍ତି ଯେ ସୁଭଦ୍ରା ଶକ୍ତି ମେଳା ଆୟୋଜନ କରିବା ପାଇଁ ସମ୍ବଲପୁର ଜିଲ୍ଲାକୁ ସୌଭାଗ୍ୟ ମିଳିଛି।ମହିଳା ସୟଂ ସହାୟକ ଗୋଷ୍ଠୀଗୁଡ଼ିକ ନିଜର ଉତ୍ପାଦନ ବିକ୍ରୟ କରିବା ପାଇଁ ଏକ ମଞ୍ଚ ପାଇବେ, ଯେଉଁଠି ସେ ନିଜର କୌଶଳ, ଉଦ୍ୟମିତା ପଦର୍ଶନ କରିପାରିବେ। ଏଥିସହିତ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପାରମ୍ପରିକ ନୃତ୍ୟକଳା ଆୟୋଜନ ମଧ୍ୟ ହୋଇଛି। ସୁଭଦ୍ରା ଯୋଜନା ଅନ୍ତର୍ଗତ ସମ୍ବଲପୁର ଜିଲ୍ଲାର ପ୍ରାୟ ୨ ଲକ୍ଷ ୬୦ ହଜାର ଜଣ ହିତାଧିକାରୀ ଅଛନ୍ତି। ଓଡ଼ିଶା ସରକାର ଆସନ୍ତା ମାର୍ଚ୍ଚ ମାସ ୮ ତାରିଖରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ମହିଳା ହିତାଧିକାରୀଙ୍କୁ ପ୍ରଦାନ କରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ସାତ ଦିନ ବ୍ୟାପି ହେବାକୁ ଥିବା ଏହି ମେଳାରେ ୧୫୦ ଷ୍ଟଲରେ ରାଜ୍ୟସାରା ବିଭିନ୍ନ ପ୍ରକାର ଦ୍ରବ୍ୟ ବିକ୍ରି ହେବ । ଏହି ମେଳାରେ ଓଡିଶାର ସମସ୍ତ ଜିଲ୍ଲାରୁ ମହିଳା ସୟଂ ସହାୟକ ଗୋଷ୍ଠୀ/ ଉତ୍ପାଦକ ଗୋଷ୍ଠୀ, ବୁଣାକାର, କାରିଗର ଓ ଶିଳ୍ପୀମାନଙ୍କ ଦ୍ବାରା ପ୍ରସ୍ତୁତ ଦ୍ରବ୍ୟ, ହସ୍ତଶିଳ୍ପ ଓ କଳାକୃତି, ମିଲେଟ, ପାରମ୍ପରିକ ସୁମ୍ବାଦୁ ଖାଦ୍ୟ ଆଦିର ପ୍ରଦର୍ଶନୀ ଏବଂ ବିକ୍ରୟ କରାଯିବା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ