Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନୂଆ ଠିକଣା

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଦଳିଲା ଠିକଣା। ନୂଆ ସରକାରୀ ବାସଭବନରେ ଗୃହ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୨୬ ବର୍ଷ ପରେ ସିଏମ୍ କ୍ଵାର୍ଟରରେ ରହିବେ ମୁଖ୍ୟମନ୍ତ୍ରୀ। ଏଜିରୁ ରାଜଭବନ ରାସ୍ତାରେ ଥିବା ବାସଭବନରେ ପୂଜାର୍ଚ୍ଚନା କରି ମୁଖ୍ୟମନ୍ତ୍ରୀ ସପରିବାରେ ଗୃହ ପ୍ରବେଶ କରିଛନ୍ତି। ପୂର୍ବରୁ ଗାନ୍ଧି ମାର୍ଗସ୍ଥିତ କ୍ଵାର୍ଟରରେ ରହୁଥିଲେ ମୋହନ।

ସୂଚନାନୁଯାୟୀ, ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ଗିରିଧାରୀ ଗମାଙ୍ଗଙ୍କ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତୃତୀୟ ବ୍ୟକ୍ତି ଭାବେ ସିଏମ୍ କ୍ଵାର୍ଟରରେ ରହିବେ। ଦୀର୍ଘ ୨୬ ବର୍ଷ ହେଲା ଏହି ସରକାରୀ ବାସଭବନ ଖାଲି ପଡ଼ିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ରହୁଥିଲେ। ଏହି ବାସଭବନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା। ତେବେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବାପରେ ଏଠାରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସିଏମ୍ କ୍ଵାର୍ଟରର ମରାମତି କାମ ଆରମ୍ଭ ହୋଇଥିଲା। ଦୀର୍ଘ ୮ ମାସ ଧରି ମରାମତି କାର୍ଯ୍ୟ ଚାଲିଥିଲା। ମରାମତି କାର୍ଯ୍ୟ ଶେଷ ହେବାପରେ ଆଜି ରୀତିନୀତି ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଗୃହ ପ୍ରବେଶ ହୋଇଛି। ସିଏମ୍ଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଗକୁ ଏହିଠାରୁ ମୋହନ ମାଝୀ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରିବେ ବୋଲି ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ