Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମହାବୀରପଡ଼ା ର ନାମ ଯଜ୍ଞ କମିଟି ଗଠିତ

ସମ୍ବଲପୁର:ମହାବୀର ପଡ଼ା ରେ ହେବା କୁ ଥିବା ନାମ ଯଜ୍ଞ ପାଇଁ କର୍ମକର୍ତ୍ତା ଚୟନ କରାଯାଇଛି । ସ୍ଥାନୀୟ ପଞ୍ଚମୁଖି ମଣ୍ଡପଠାରେ ଅନୁଷ୍ଠିତ ବୈଠକ ରେ ଆସନ୍ତା ଏପ୍ରିଲ ମାସ ରେ ନାମଯଜ୍ଞ ଆୟୋଜନ କରାଯିବାର ନିଷ୍ପତି ନିଆଯାଇଛି।ଏହି କାର୍ଯ୍ୟକ୍ରମକୁ ସୁଚାରୁରୁପେ ପରିଚାଳନା କରିବା ପାଇଁ କମିଟି ଗଠନ କରାଯାଇଛି । ଉକ୍ତ କମିଟି ରେ ସଭାପତି ଭାବେ ଶ୍ଵେତକୁମାର ପଣ୍ଡା,କୋଷାଧ୍ୟକ୍ଷ ଭାବେ ଡ଼ୋଳାମଣି ମେହେର, ଉପସଭାପତି ଭାବେ ପ୍ରିୟରଞ୍ଜନ ପଣ୍ଡା,ସମ୍ଫାଦକ ଭାବେ ଶ୍ରୀକାନ୍ତ ବିଶ୍ଵାଳ,ଯୁଗ୍ମ ସମ୍ଫାଦକ ଭାବେ ରାଜେଶ କୁମାର ଦିକ୍ଷିତ ସଂଯୋଜକ ଭାବେ ପ୍ରକାଶ କୁମାର ନାୟକ,ସନ୍ତୋଷ କୁମାର ପଣ୍ଡା ଓ ରୁପେଶ କୁମାର ପଟେଲ ଯୁଗ୍ମ ସଂଯୋଜକ ଭାବେ ଚକାନୟନ ମିଶ୍ର ଓ ଆଲୋକ ମିଶ୍ର ପ୍ରମୁଖ ମନୋନୀତ ହୋଇଛନ୍ତି।ଉକ୍ତ ନାମଯଜ୍ଞ ରେ କର୍ତ୍ତା କର୍ତ୍ତୀ ଭାବେ ଅକ୍ଷୟ ସାଗର ବେହେରା ଓ ଆରାଧାନା ମିଶ୍ର ଦାଇତ୍ୱ ନିର୍ବାହ କରିବେ। ମିଡ଼ିଆ ସଂଯୋଜକ ଭାବେ ସଂଜୀବ ପାଣିଗ୍ରାହୀ ଙ୍କୁ ଦାୟିତ୍ୱ ଦିଆଯାଇଛି।