ଭାରତୀୟ ନୌସେନାର ମୋଟର କାର ରାଲି ଦେଶ ପ୍ରତି ଏହାର ଗୌରବମୟ ସେବାକୁ ଅଧିକ ଋଦ୍ଧିମନ୍ତ କରିବ -ରାଜ୍ୟପାଳ


ଭୁବନେଶ୍ୱର:ଦେଶ ପ୍ରତି ଭାରତୀୟ ନୌସେନାର ଏକ ଗୌରବମୟ ସେବାର ସମୃଦ୍ଧ ଇତିହାସ ରହିଛି। ଭାରତୀୟ ନୌସେନା ଆନୁକୂଲ୍ୟରେ ଦେଶର ପୂର୍ବ-ତଟରେ ମୋଟର କାର ରାଲି ଦେଶ ପ୍ରତି ଏହାର ଗୌରବମୟ ସେବାକୁ ଅଧ‌ିକ ଋଦ୍ଧିମନ୍ତ କରିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି। ଆଜି ମୋଟର କାର ରାଲିରେ ଅଂଶ ଗ୍ରହଣ କରିଥିବା ନୌସେନାର ଅଧୁକାରୀ | କର୍ମକର୍ତ୍ତାଙ୍କ ସହ ରାଜଭବନର ଅଭିଷେକ ହଲ୍ ଠାରେ ଭାବ ବିନିମୟ କରିବା ଅବସରରେ ରାଜ୍ୟପାଳ ଏହା କହିଛନ୍ତି। ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ ଉକ୍ତ କାର ରାଲି କେବଳ ଏକ ଯାତ୍ରା ନୁହେଁ। ରାଲିରେ ଅଂଶ ଗ୍ରହଣକାରୀମାନେ ଯୁବ ସମୁଦାୟ ଏବଂ ନାଗରିକମାନଙ୍କ ନିକଟରେ ପହଂଚି ଭାରତୀୟ ନୌସେନାରେ ଥିବା କ୍ୟାରିୟର ସମ୍ଭାବନା ସଂପର୍କରେ ସଚେତନ କରାଇବେ। ଦେଶର ସୈନିକ ସ୍କୁଲମାନଙ୍କରେ ଝିଅମାନଙ୍କର ଆଡମିସନ୍ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନେଇଥୁବା ଐତିହାସିକ ନିଷ୍ପଭିକୁ ରାଜ୍ୟପାଳ ପ୍ରଶଂସା କରିବା ସହିତ ଏହା ସମାଜକୁ ଏକ ସକରାତ୍ମକ ବର୍ଷା ଦେଉଛି ବୋଲି କହିଥିଲେ। ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଭାରତୀୟ ନୌସେନା ସହିତ ଥୁବା ତାଙ୍କର ସୁଖଦ ସ୍ମୃତି ମନେପକାଇବା ସହିତ ଦେଶର ସୁରକ୍ଷା ପ୍ରତି ଭାରତୀୟ ନୌସେନାର ଉତ୍କର୍ଷତା, ସମର୍ପଣ ଏବଂ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ଏକ ମହତ୍ ଉଦ୍ଦେଶ୍ୟ ନେଇ ଭାରତୀୟ ନୌସେନାର ଏଭଳି ମୋଟର କାର ରାଲି ଆୟୋଜନକୁ ରାଜ୍ୟପାଳ ପ୍ରଶଂସା କରିବା ସହିତ ଏହା ଅଂଶଗ୍ରହଣକାରୀମାନଙ୍କୁ ଅନେକ ଉପଲବ୍ଧି ଓ ମଧୁର ସ୍ମୃତି ପ୍ରଦାନ କରିବ ଏବଂ ଏହି ଅଭିଯାନ ସାମୁଦ୍ରିକ ସଚେତନତା ବୃଦ୍ଧି କରିବାରେ ସହାୟକ ହେବ ବୋଲି ଆଶା ପୋଷଣ କରିଥିଲେ ଏବଂ ମୋଟର କାର ରାଲିର ସଫଳତା କାମନା କରିଥିଲେ ।
ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍ ରାଜପୁତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଲେଫ୍ଟନାଂଟ୍ କମାଣ୍ଡର ଅବିନାଶ କ୍ଷେତ୍ରୀଙ୍କ ନେତୃତ୍ୱରେ ଆସିଥୁବା ଏହି ଟିମ୍‌ର ଲେଫ୍ଟନାଂଟ୍ କମାଣ୍ଡର ଜୁବିନ ଜନ୍ ପ୍ରାରମ୍ଭରେ ମୋଟର କାର ରାଲିର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ମୋଟର କାର ରାଲି ଚଳିତ ମାର୍ଚ୍ଚ ୩ ତାରିଖରେ କୋଲକତାର ଆଇଏଏସ ସୁଭାଷରୁ ଶୁଭାରମ୍ଭହୋଇଥିଲା। ଏହି ଅଭିଯାନ ଚଳିତ ମାର୍ଚ୍ଚ ୨୧ ମଧ୍ୟରେ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାଇ ତାମିଲ୍‌ ନାଡ଼ୁ ରାଜ୍ୟର ଚେନାଇରେ ସମାପ୍ତ ହେବ। ରାଲି ପ୍ରାୟ ୩୮୦୦ କି.ମି ଯାତ୍ରା କରିବ ଏବଂ ଏହି ଅବସରରେ ଅଂଶଗ୍ରହଣକାରୀମାନେ ସ୍କୁଲ, କଲେଜ, ପରିଦର୍ଶନ କରିବେ ଏବଂ ଛାତ୍ରଛାତ୍ରୀ, ଯୁବପୀଢ଼ି, ନାଗରିକ ତଥା ନୌସେନାର ପୂର୍ବତନ ସୈନିକ, ବୀରାଙ୍ଗନାମାନଙ୍କ ସହିତ ବାର୍ଭାଳାପ ଜରିଆରେ ନାରୀ ଶକ୍ତି ଓ ମହିଳା ସଶକ୍ତିକରଣ ପାଇଁ ଭାରତ ସରକାରଙ୍କ ଦ୍ବାରା ନିଆଯାଇଥୁବା ବିଭିନ୍ନ ପଦକ୍ଷେପ ତଥା ଭାରତୀୟ ନୌସେନା ସଂପର୍କରେ ସଚେତନ କରାଇବେ ।

ଗଜପତି ଜିଲ୍ଲାରେ ଆନ୍ଧ୍ର ଅଧିକାରୀମାନଙ୍କ ବେଆଇନ ପ୍ରବେଶକୁ ପ୍ରଶୟ ଦିଆଯିବ ନାହିଁ…. ଗଜପତି ଜିଲ୍ଲାପାଳ ପାରଳାଖେମୁଣ୍ଡି,୧୯/୭(ଗରୁଡ ଧ୍ୱଜ ଚୌଧୁରୀ) ଓଡ଼ିଶା ସୀମାରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କରି ଓଡ଼ିଶାର 3 ଗୋଟି ଗାଁକୁ ଆନ୍ଧ୍ରର ବୋଲି ଦାବି କରିବା ବ୍ୟର୍ଥ ଉଦ୍ୟମକୁ କେବେ ବି ସଫଳ କରି ଦିଆଯିବନାହିଁ. ଓଡିଶା ତଥା ଗଜପତି ଜିଲ୍ଲାର ପରିସୀମା ମଧରେ ଆନ୍ଧ୍ର ଅଧିକାରୀଙ୍କ ବେଆଇନ ପ୍ରବେଶ ଓ ବିଭିନ୍ନ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟକୁ କେବେ ବି ପ୍ରଶୟ ଦିଆ ଯିବନାହିଁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଦୃଢତାର ସହ ପ୍ରକାଶ କରିଛନ୍ତି.ଏହି ଘଟଣା ନେଇ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଆକସନ୍ ମୁଡ୍‌ରେ ରହିଥ‌ିବା ଜଣାପଡ଼ିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ଆମରିଙ୍ଗି ଓ ବୁରୁସିଂ ଆଦି 3 ଗୋଟି ଗ୍ରାମକୁ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଓ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର ପଣ୍ଡା ପହଞ୍ଚି ଲୋକଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଆନ୍ଧ୍ରର କୌଣସି ଅଧିକାରୀ ଆସିଲେ ଡରିବାର ନାହିଁ. ତୁରନ୍ତ ପ୍ରଶାସନକୁ ଜଣାଇବାକୁ ଜିଲ୍ଲାପାଳ ଗ୍ରାମବାସୀଙ୍କୁ କହିଛନ୍ତି. ଓଡ଼ିଶା ଜାଗା ଛାଡିବୁନି କି ଆନ୍ଧ୍ର ଜାଗା ମାଡ଼ିବୁ ନାହିଁ ବୋଲି ଜିଲ୍ଲାପାଳ ବିଜୟ କୁମାର ଦାସ ଗ୍ରାମବାସୀମାନଙ୍କୁ ଦୃଢତାର ସହ ପ୍ରକାଶ କରିଛନ୍ତି। ଏଥିସହ ମାଣିକପାଟଣାରେ ତିଆରି ହୋଇଥିବା ଆନ୍ଧ୍ରର ଅଙ୍ଗନବାଡ଼ି କେନ୍ଦ୍ରକୁ ବୁଲି ଦେଖୁବା ସହ ଉକ୍ତ କେନ୍ଦ୍ରର ସୀମା ଚିହ୍ନଟ ପାଇଁ ରାୟଗଡ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୀମାକୁ ନେଇ କୌଣସି ବିବାଦ ନାହିଁ ଉନ୍ନୟନ କାର୍ଯ୍ୟ ହୋଇଥିବା ଅଞ୍ଚଳ ଓଡ଼ିଶାର, ଓଡ଼ିଶା ସୀମା ଭିତରେ ହିଁ ରହିଛି. ଗତ କିଛି ଦିନ ତଳେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଏହି ଅଞ୍ଚଳ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିବା ପରେ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାପାଳଙ୍କୁ ଚିଠି ଲେଖୁ ଜଣାଇ ଦିଆଯାଇଛି। ଏହି ଗସ୍ତ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ସିଡିପିଓ ବି. କାମଳାଙ୍ଗୀ, ଏସ୍‌ ଡିପିଓ ମାଧବାନନ୍ଦ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ, ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ପ୍ରମୁଖଙ୍କ ସହ କେତେଜଣ ପ୍ରଶାସନିକ ଅଧିକାରୀ ଏହି 3 ଗୋଟି ଗ୍ରାମକୁ ଉପଜିଲ୍ଲାପାଳଙ୍କ ସହ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିଥିଲେ। ମୋଟାମୋଟି ଭାବେ ଏହି ସମସ୍ତ ଅଞ୍ଚଳ କେବଳ ଓଡିଶାର ଏବଂ ଗଜପତି ଜିଲ୍ଲା ଅଧୀନରେ ରହିଥିବା ସ୍ପଷ୍ଟ ହୋଇଯାଇଛି. ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଆହୁରି ଅନେକ ବିକାଶମୂଳକ ଜନ ହିତକର କାର୍ଯ୍ୟ କରାଯିବ. ତେଣୁ ଅଞ୍ଚଳବାସୀ ଆନ୍ଧ୍ରର କେତେକ ଅଧିକାରୀଙ୍କ ବିଭ୍ରାନ୍ତିମୂଳକ ଓ ଭୁଲ ତଥ୍ୟକୁ କୌଣସି ଭାବେ ଗୁରୁତ୍ୱ ନ ଦେଇ ଓଡିଶା ପ୍ରଶାସନର ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ନିଜ ନିଜକୁ ସାମିଲ କରି ଏହି ଅଞ୍ଚଳର ଉନ୍ନତି ଓ ବିକାଶ ପାଇଁ ସହଯୋଗ କରନ୍ତୁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି.