Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସର୍ବସାଧାରଣ ରାସ୍ତାଉପରେ ଭାରିଜାନ ଚଳା ଚଳକୁ ବିରୋଧ

ଅନୁଗୁଳ ଜିଲ୍ଲାର ହଣ୍ଡପାରେଳ ଷ୍ଟେସନ ନିକଟ ବର୍ତ୍ତୀ ଜମିଗୁଡିକରେ ଏବେ ରାଜ୍ୟ ବାହାର
କୋଲକତା ଲୋକଙ୍କ ରାଜ..ସର୍ବସାଧାରଣ ରାସ୍ତା କଡ଼କୁ ଖୋଳିଖାଳି ଦେଉଛନ୍ତି..ଗ୍ରାମୀଣ ରାସ୍ତା ରେ ଭାରିଜାନ ଯିବା ଫଳରେ ଗ୍ରାମ ବାସୀଙ୍କ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି… ବାହାର ରାଜ୍ୟରୁ ଆସୁଛନ୍ତି.. ଟଙ୍କା ଲୋଭ ଦେଖାଇ ଏଗ୍ରିମେଣ୍ଟ ହିସାବରେ ଚାଷ ଜମି ଲୋକଙ୍କ ଠାରୁ ନେଉଛନ୍ତି.. ପରର୍ବତୀ ପର୍ଯ୍ୟୟରେ ଜମିଗୁଡିକୁ ଉପରେ କିଛି କିଛି ଘର ନିର୍ମାଣ କରୁଛନ୍ତି.. ବେଳେ ବେଳ କୋଈଲା ଗଦାଇବା ଫଳରେ ଜମି ସବୁ ନଷ୍ଟ ହେଉଛି… ଏହାର ଅଭିଯୋଗ କଲେ RI କହୁଛନ୍ତି ତାଙ୍କର ନିଜ ଜାଗାରେ ସେମାନେ କାହାକୁ ଦେଲେ ଆମେ କଣ କରିପାରିବୁ… ଅନ୍ୟ ପକ୍ଷ୍ୟରେ କେହି ଗୋଚର ଜମି ଉପରେ ଗୃହ ନିର୍ମାଣ କଲେ କିସମ ପରିବର୍ତନର ଆବଶକ୍ୟତା ରହିବା ବିଷୟରେ RI କାହିଁକି କହୁନାହାନ୍ତି ତାହା ବଡ଼ ପ୍ରଶ୍ନ ସୃଷ୍ଟି କରୁଛି… ବେଆଇନ୍ ଭାରିଯାନ ଚଳାଚଳ ପାଇଁ ରାସ୍ତା ନିର୍ମାଣକୁ ସ୍ଥାନୀୟ ବାସୀ ପ୍ରଶାସନ ହସ୍ତକ୍ଷେପ କରୁ ବୋଲି ଦାବୀ କରିଛନ୍ତି.. ସୁଚନା ମୁତାବକ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡର ହଣ୍ଡପା ଥାନା ଅଞ୍ଚଳରେ ଚାଲିଛି ବେଆଇନ ଭାରିଯାନ ଚଳାଚଳ ପାଇଁ ରାସ୍ତା ନିର୍ମାଣ…ନିର୍ମାଣ କରୁଛିକୋଲକାତାର ଗୋଦାବରୀ ଗ୍ରୁପ୍ ନାମକ ଏକ ଘରୋଇ ସଂସ୍ଥା..ଘରୋଇ ଜମିରେ ବିରାଟ ରାସ୍ତା ନିର୍ମାଣ କାର୍ଯ୍ୟ ଜାରିରହିଛି…. ଏହି ନିର୍ମାଣକୁ କିଶୋରନଗର ରାଜସ୍ବ ବିଭାଗ ପ୍ରୋତ୍ସାହନ ଦେଉଥିବା ନେଇ ସାଧାରଣ ରେ ଅଭିଯୋଗ ହୋଇଛି… ଏବିଷୟରେ ଅନୁଗୁଳ ଜିଲ୍ଲାପାଳ ତଦନ୍ତ କଲେ ଜଣାପଡିବ ଯେ ସ୍ଥାନୀୟ ସରପଞ୍ଚ ଓ ବାସିନ୍ଦାଙ୍କର ଦାବୀ କୁ ଅଣଦେଖା କରି ଏକ ସଂସ୍ଥାକୁ ରାଜସ୍ବ ବିଭାଗ ପ୍ରୋତ୍ସାହନ ଦେବା ପଛରେ କାହାର ସ୍ୱାର୍ଥ ସାଧନ ହେଉଛି…କି ଆଉକିଛି ରହସ୍ୟ ରହିଛି ..

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ