Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ତର୍ଜାତୀୟ ମହିଳା ଦିବସ କୁ ଭିନ୍ନ ଢଙ୍ଗ ରେ ପାଳନ କଲା ଆୱାର ହେଲପିଙ୍ଗ ହ୍ୟାଣ୍ଡ:ଡା.ନାରାୟଣୀ ପଣ୍ଡା ଙ୍କୁ ସେବାଶ୍ରୀ ସମ୍ମାନ

ସମ୍ବଲପୁର:ଆଜି ହେଉଛି ୮ ମାର୍ଚ୍ଚ ଅର୍ଥାତ୍ ଆନ୍ତର୍ଜାତୀୟ ମହିଳା ଦିବସ । ସାରା ବିଶ୍ବରେ ଆଜିର ଦିନଟିକୁ ବିଭନ୍ନ ଢଙ୍ଗ ରେ ପାଳନ କରୁଛନ୍ତି ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ପ୍ରତିଷ୍ଠାନ । ହେଲେ ସମ୍ବଲପୁର ର ଅଗ୍ରଣୀ ସାମାଜିକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆୱର ହେଲପିଙ୍ଗ ହ୍ୟାଣ୍ଡ ଏହାର ପୁର୍ବ ଦିନ ରେ ହିଁ ଏକ ନିଆରା ଢଙ୍ଗରେ ପାଳନ କରିଛି ଏହି ଆର୍ନ୍ତଜାତୀୟ ମହିଳା ଦିବସ କୁ ।
ସକାଳେ କ୍ଷେତରାଜପୁର ଅଞ୍ଚଳ ର ଦଲଦଲିପଡ଼ା ରେ ଏକ ବିଶେଷ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଅଞ୍ଚଳ ର ୧୪ ଟି ସ୍ଵଂୟ ସହାୟକ ଗୋଷ୍ଠୀ ର ୧୪୦ ଜଣ ସଦସ୍ୟା ଙ୍କୁ ଶ୍ରୀମଦ୍ ଭାଗବତ ଗୀତା ପ୍ରଦାନ୍ କରାଯାଇଥିଲା । ସମସ୍ତ ସଦସ୍ୟା ଙ୍କୁ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଦିନରୁ ହିଁ ଏହି ଶ୍ରୀମଦ୍ ଭାଗବତ ଗୀତା କୁ ପଢ଼ିବା ଆରମ୍ଭ କରିବା ସହ ଏହାକୁ ଅନୁସରଣ କରି ନିଜର ଓ ନିଜର ପାରିବାର ତଥା ସମାଜ ର ଗଠନ ମୂଳକ ବିକାଶ ଓ ଜନହିତ୍ ପାଇଁ କାର୍ଯ୍ୟ ସମ୍ପାଦନ କରିବାକୁ ଅନୁରୋଧ କରାଯାଇଥିଲା ।
ସନ୍ଧ୍ୟା ରେ ଅନୁଷ୍ଠାନ ର ସଦସ୍ୟ ସଦସ୍ୟା ମାନେ ସମ୍ବଲପୁର ର ବରିଷ୍ଠ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ବିଶିଷ୍ଟ ସମାଜସେବୀ ଡା. ନାରାୟଣୀ ପଣ୍ଡା ଙ୍କ ବାସଭବନ କୁ ଯାଇ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଥିଲେ । ଡ଼ା.ପଣ୍ଡା ନିଜ ଜୀବନ ରେ ଅର୍ଜିତ ସମସ୍ତ ସ୍ଥାବର ଅସ୍ଥାବର୍ ସମ୍ପତ୍ତି କୁ ଶିକ୍ଷା ଓ ଶିକ୍ଷା ବ୍ୟବସ୍ଥା ର ବିକାଶ ପାଇଁ ଦାନ କରିଛନ୍ତି । ତାଙ୍କର ଏଭଳି ନିଃସ୍ଵାର୍ଥପର ତ୍ୟାଗ ବଳିଦାନ୍ ଓ ସମାଜସେବା କାର୍ଯ୍ୟ ପାଇଁ ଆୱାର୍ ହେଲପିଙ୍ଗ ହ୍ୟାଣ୍ଡ ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ର ସେବାଶ୍ରୀ ସମ୍ମାନ ରେ ସମ୍ମାନିତ କରାଯାଇଅଛି । ଅନୁଷ୍ଠାନ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ ।
ଡ଼ା.ପଣ୍ଡା ଉପସ୍ଥିତ ସଦସ୍ୟ ସଦସ୍ୟା ଙ୍କୁ ଦେଇଥିବା ଆଶ୍ରିବଚନ ରେ କହିଥିଲେ ଯେ
*”ସମସ୍ତ ଦାନ ଠୁଁ ଶ୍ରେଷ୍ଟ ଦାନ ହେଇଛି ଶିକ୍ଷା ଦନ । ଶିକ୍ଷା, ଶିକ୍ଷକ, ଛାତ୍ର, ଛାତ୍ରୀ ଓ ଶିକ୍ଷା ବ୍ୟବସ୍ଥା ର ଗଠନ ମୂଳକ ବିକାଶ ପାଇଁ ଶାରୀରିକ ମାନସିକ ଓ ଆର୍ଥିକ ଦାନ ଓ ସହଯୋଗ କରି ପାରିଲେ ବ୍ୟକ୍ତି, ପାରିବାର, ସମାଜ ଓ ଦେଶ ର ସାମଗ୍ରିକ ବିକାଶ ହୋଇପାରିବ ।”*
ଅନୁଷ୍ଠାନ ର ସଂଯୋଜିକକା ଅନିତା ବାଗ ଙ୍କ ନେତୃତ୍ୱ ରେ ହୋଇଥିବା ଆଜିର ଉଭୟ କାର୍ଯ୍ୟକ୍ରମରରେ କ୍ରିଷ୍ଣା ବାଗ, ସୁରଜ୍ ନାଗ, ରାଜ ସୁନା, ଜ୍ୟୋସ୍ନା ବାରିକ୍, ଏମ.ଜୟଶ୍ରୀ, ବବିତା ଛତ୍ରି, ମିନା ସୁନା, କଞ୍ଚନ ଲୁହା, ପ୍ରମୋଦିନି ଗର୍ଡିଆ, ବର୍ଖ ଛତ୍ରୀ, ସୀମା ଛତ୍ରି, ରିନା ନାଗ, କଲ୍ୟାଣୀ ବାଗ, ତମନ୍ନା ସୁନା, ଜ୍ୟୋସ୍ନା ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସଫଳତା ରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ