Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’ ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଳିତ ହେଲା ଆନ୍ତର୍ଜାତିକ ମହିଳା ଦିବସ

ସମ୍ବଲପୁର:ମା ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ ନିଆରା ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମାନେଶ୍ୱର ବ୍ଲକ ଜିଲ୍ଲା ପରିଷଦ ଜୋନ-୨ର ସମସ୍ତ ଗ୍ରାମ ପଞ୍ଚାୟତର ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କ ସମେତ ଅନୁଷ୍ଠାନର କାର୍ଯ୍ୟରତ ସମସ୍ତ ମହିଳା ଅଧ୍ୟାପିକା ଓ କର୍ମଚାରୀଙ୍କୁ ଏହି ଅବସରରେ ସେମାନଙ୍କ ସମର୍ପିତ କାର୍ଯ୍ୟ ଦକ୍ଷତା ସମ୍ମାନ ଜଣାଇ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଅତିଥି ମାନେଶ୍ୱର ବ୍ଲକ ଜିଲ୍ଲା ପରିଷଦ ଜୋନ-୨ର ସଭ୍ୟା ଗୀତାଞ୍ଜଳି ପାଣ୍ଡେ ତାଙ୍କ ବକ୍ତବ୍ୟରେ ସାଂପ୍ରତିକ କାଳରେ ନାରୀ ସୁରକ୍ଷା ଓ ସମ୍ମାନ ରକ୍ଷାର ଗୁରୁତ୍ୱ ଉପରେ ଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଅଧ୍ୟାପିକା ମିନତି ଦାଶ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ନାରୀ ସଶକ୍ତିକରଣ କେବଳ ଏକ ସ୍ଲୋଗାନ ହୋଇ ନରହୁ। ପୁରୁଷ ପ୍ରଧାନ ସମାଜରେ ନାରୀ ନିଜ ସ୍ୱାଭିମାନକୁ ବଞ୍ଚାଇ ରଖିବା ସକାଶେ ଚିରକାଳ ସଂଘର୍ଷ କରି ଆସୁଛି ତେବେ ଆଜି ଯେତେବେଳେ ସବୁକ୍ଷେତ୍ରରେ ନାରୀ ନିଜର ଦକ୍ଷତା ସାବ୍ୟସ୍ତ କରି ସାରିଲାଣି ତା’ର ଏହି ସଂଘର୍ଷରେ ମଧ୍ୟ ଅତି ଶିଘ୍ର ପୂର୍ଣଚ୍ଛେଦ ପଡିବ ଯଦି ନାରୀମାନେ ନିଜେ ନିଜ ସ୍ୱାର୍ଥରକ୍ଷା ପାଇଁ ଯତ୍ନଶୀଳା ହେବେ ବୋଲି ସେ ମତବ୍ୟକ୍ତ କରିଥିଲେ। ଯୁକ୍ତ ତିନ ସ୍ରୋତର ଅଧ୍ୟକ୍ଷ ଅନିଳ ପ୍ରଧାନ, ଓଡିଆ ଅଧ୍ୟାପକ ବଳଦେବ ମହାକୁର ମଧ୍ୟ ମଞ୍ଚରେ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଅଧ୍ୟାପିକା ସୁଦୀପ୍ତା ଦାଶ, ଧମା ସରପଞ୍ଚ ଲଳିତା ପ୍ରଧାନ, ବରଗାଁ ସରପଞ୍ଚ ପ୍ରଭାସିନୀ ହୋତା, ହୁମା ସମିତି ସଭ୍ୟା ମେନକା ନାଏକ ପ୍ରମୁଖ ଯୋଗ ଦେଇଥିଲେ। ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁର ଅତିଥି ପରିଚୟ ପ୍ରଦାନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ତର୍ଯ୍ୟାମୀ ମହାକୁର, ଲମ୍ବୋଦର ପାଢୀ, ଦିଲୀପ କୁମାର ମିଶ୍ର, ଜୀବର୍ଦ୍ଧନ ସେଠ, ପ୍ରମୋଦ ଲହରିଆ, ଚୈତନ୍ଯ ସେନାପତି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ