Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାରୀ ହିଂସାକୁ ୧୦ରେ କଂଗ୍ରେସ କରିବ ଗର୍ଜନ, ରାଜ୍ୟପାଳଙ୍କୁ ଦେବ ଦାବିପତ୍ର

ସମ୍ବଲପୁର:ରାଜ୍ୟରେ ମହିଳା ମାନଙ୍କ ସୁରକ୍ଷା ବିପଦଜନକ ସ୍ଥିତିରେ ରହିଛି । ଗୋଟିକ ପରେ ଗୋଟିଏ ମହିଳା ହିଂସା ବଢୁଛି।ଡବଲ ଇଞ୍ଜିନ ସରକାର ସ୍ଲୋଗାନ ଦେଉଥ‌ିବା ଡବଲ ଇଞ୍ଜିନ ସରକାରଙ୍କ ୮ ମାସର ଶାସନକାଳ ଲଜ୍ଜାରେ ଭରି ରହିଛି । ବେଟି ବଚାଅ, ବେଟି ପଢ଼ାଅ ପ୍ରହସନ ସାଜି ରାଜ୍ୟରେ ୨ଟି ଛାତ୍ରୀ ପ୍ରସୂତି କରି ମା ହେବା ଘଟଣା ଓଡିଶାକୁ ତଳକୁ ଠେଲି ଦେଇଛି । ଗତ ୮ ମାସ ଭିତରେ ୫୪ଟି ଗଣବଳାତ୍କାର ଭଳି ମହିଳା ହିଂସାକୁ ନେଇ ପ୍ରଦେଶ କଂଗ୍ରେସ ଆସନ୍ତା ୧୦ ରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ଆନ୍ଦୋଳନକୁ ଓ଼ଲ୍ଳେଇବ ବୋଲି ସମ୍ବଲପୁର ଜିଲ୍ଲା କଂଗ୍ରେସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି।
୧୦ ତାରିଖ ସୋମବାର ଦିନ ଜିଲ୍ଲାପାଳ ଅଫିସ ଘେରାଉ କରିବାକୁ ଏହି ସମ୍ମିଳନୀରେ ଆହ୍ଵାନ ଦେଇଥିଲେ।
ସମ୍ବଲପୁର, ରାଉରକେଲା, ବଲାଙ୍ଗୀରର ଖଇରାପାଳି, କୋରାପୁଟରର ଲକ୍ଷ୍ମୀପୁର୍, ଦେଓଗଡ଼ ଓ ବରଗଡ଼ରେ ଧନୁଯାତ୍ରା ସମୟରେ ମହିଳାମାନଙ୍କ ପ୍ରତି ଗଣବଳାତ୍କାର ଘଟଣା ସହିତ ମାଲକାନଗିରି ଓ ସୋରରେ ଛାତ୍ରୀମାନେ କୁଆଁରୀ ମା ହେବା ସାମଗ୍ରିକ ପ୍ରଶାସନିକ ବ୍ୟବସ୍ଥାକୁ ଲଜିତ କରିଛି ଏହା ବିରୋଧରେ ଲଢେଇ କରିବ ବୋଲି କଂଗ୍ରେସ କହିଛି।ଆଜି କଂଗ୍ରେସ ଭବନ ଠାରେ ଜିଲ୍ଲା ସଭାପତି ଜୟ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ଆଦଭୋକେଟ ସୁରେଶ୍ୱର ମିଶ୍ର, ଦୁର୍ଗା ପାଢ଼ୀ, କେଦାର ବେରିହା, ଦିଲ୍ଲୀପ ଧୂରୁଆ ପ୍ରମୁଖ ମହିଳା ହିଂସାର ପ୍ରତିବାଦ କରି ସମ୍ବଲପୁରୀରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା, ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡ଼ିଶାରେ ପ୍ରତିଷ୍ଠା ଭଳି ବହୁ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ୍ୟରେ ଗିରିଜା ନାଏକ, ରବି ରାଉତ, ମହିଳା ଜିଲ୍ଲା କଂଗ୍ରେସ ସଭାନେତ୍ରୀ ବିଜୟଲଷ୍ମୀ ବେହେରା, ସେବାଦଳ ମୁଖ୍ୟ ବିନୋଦିନୀ ଦୀପ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ସୂଚନା ଯୋଗ୍ୟଯେ, ପର୍ଯ୍ୟବେକ୍ଷକ ହବିଦ ହୁସେନ ଙ୍କ ଉପସ୍ଥିତିରେ ଆସନ୍ତା କାଲି ଜିଲ୍ଲା କଂଗ୍ରେସ ଲେଢେଇକୁ ଜୋରଦାର କରିବ ବୋଲି କହିଛି।
ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ କେତେକ ପ୍ରମୁଖ ଘଟଣାବଳିକୁ ନଜରକୁ ଆଣି ବାଲେଶ୍ବର ଅଞ୍ଚଳରେ ଧର୍ଷଣ ଓ ହତ୍ୟା, ଜଳେଶ୍ଵରରେ ୬୫ ବର୍ଷ ମହିଳାଙ୍କୁ ଧର୍ଷଣ ଓ ହତ୍ୟା ଉଦ୍ୟମ, ଢେଙ୍କାନାଳ ଜିଲାରେ ବିବାହିତା ମହିଳାଙ୍କୁ ୭ ଜଣ ପୁରୁଷଙ୍କ ଗଣଧର୍ଷଣ, ବଲାଙ୍ଗିର ଜିଲାରେ ୩୫ ବର୍ଷ ମହିଳାଙ୍କୁ ଗଣଧର୍ଷଣ, ବରଗଡ ଧନୁଯାତ୍ରା ସମୟରେ ଆଦିବାସ ଯୁବତୀଙ୍କୁ ସଙ୍କଟାପନ ଅବସ୍ଥାରେ ଉଦ୍ଧାର, ଅନଗୁଳ ଜିଲା ପାଲାଲହଡା ଅଞ୍ଚଳରେ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା, ଲକ୍ଷ୍ମୀପୁରରେ ନାବାଳିକାକୁ ଗଣଦୁଷ୍କର୍ମ, ରାଉରକେଲାରେ ୪ ଜଣ ଦୁଷ୍କର୍ମକାରୀ ଜଣେ ମହିଳାଙ୍କୁ ଦୀର୍ଘ ଦିନ ଧରି ଦୁଷ୍କର୍ମ କରିବା ଓ ମହିଳା ଜଣ ଅବସ୍ଥାରେ ଉଦ୍ଧାର ହେବା ଘଟଣା, ମୟୂରଭଞ୍ଜ ଜିଲା ରାଷ୍ଟ୍ରପତିଙ୍କ ନିଜ ଗ୍ରାମରେ ନାବାଳିକାକୁ ଗଣଦୁଷ୍କର୍ମ, ଯାଜପୁର ଜିଲା ମାଟ୍ରିକ ପରୀକ୍ଷାର୍ଥୀନୀ କନ୍ୟାଶ୍ରମରେ ଗର୍ଭବତୀ, କେନ୍ଦୁଝର ଜିଲା ଚମ୍ପୁଆରେ ଷଷ୍ଠ ଶ୍ରେଣୀର ଛାତ୍ରୀ ଗର୍ଭବତୀ ଘଟଣା ସାରା ରାଜ୍ୟକୁ ବ୍ୟଥିତ କରିଥିବା କହି ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ଓ ନ୍ୟାୟ ଦେବାପାଇଁ ଗଣତାନ୍ତ୍ରିକ ଉପାୟରେ କଂଗ୍ରେସ ତାର ଆନ୍ଦୋଳନକୁ ଅଧ‌ିକ ତୀବ୍ରତର କରିବବୋଲି ନିଷ୍ପରି ଚେତାବନୀ ଦେଇଛି।
୨୦୨୩ରେ ରାଜ୍ୟରେ ୨୮୨୬, ୨୦୨୪ ରେ ୩୦୫୪ ବଳାତ୍କାର ମାମଲା ରୁଜୁ ହୋଇଥିବା ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନେକ ନାରୀ ହତ୍ୟା ମାମଲା ସହ ନାବାଳିକା ଦୁଷ୍କର୍ମ, ଯୌତୁକ ନିର୍ଯ୍ୟାତନା, ଯୁବତୀ ଚାଳାଣ, କ୍ୟାନଭୃଣ ହତ୍ୟା ଭଳି ମହିଳାଙ୍କ ପ୍ରତି ଅପରାଧରେ ଓଡ଼ିଶା ଏକ ଅଲୋଡ଼ା ରେକର୍ଡ ସୃଷ୍ଟି କରିଥିବା କହି ତୁରନ୍ତ ଏହାକୁ ବନ୍ଦ କରିବାକୁ ଦାବି କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ