Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀରାମ ବାଟିକାରେ ୨୪ ପ୍ରହରୀ ନାମଯଜ୍ଞ, ସାଧୁ ସନ୍ଥଙ୍କ ସମାଗମ

ସମ‌ଜପୁର(ରାଜାରାମ ଷଡ଼ଙ୍ଗୀ): ଦେଶର କୋଣ ଅନୁକୋଣରୁ ଆସିଥିବା ସାଧୁସନ୍ଥଙ୍କ ସମାଗମ କେନଘାଟି ସ୍ଥିତ ଶ୍ରୀରାମ ବାଟିକାରେ ହୋଇଛି । ୨୪ ପ୍ରହର ନାମଯଜ୍ଞ ଆଜି ଉଦଯାପିତ ହୋଇଥିବା ବେଳେ ଏହି ଅବସରରେ ସାଧୁସନ୍ଥଙ୍କ ଦର୍ଶନ ଆଶୀର୍ବାଦ ନାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହନ୍ତ ମହାମଣ୍ଡଳେଶ୍ବର,
ନାଗାବାବା, ହଟଯୋଗୀ ବାବାଙ୍କ ସମେତ ୨୦୦ ରୁ ସାଧୁସନ୍ଥଙ୍କ ସେବା କରାଯାଇଥିଲା। ସାଧୁସନ୍ଥଙ୍କ ଗୋଡ଼ ଧୋଇବା, ଚନ୍ଦନ ସିନ୍ଦୂର ଲେପନ ସହିତ ବସ୍ତ୍ର ପ୍ରଦାନ କରାଯାଇଥିଲା । ସମାଜସେବୀ ଶତ୍ରୁଘନ ଲାଲ ସହା ଓ ତାଙ୍କ ପରିବାର ମଧ୍ୟ ସାଧୁସନ୍ଥଙ୍କ ସେବା କରିଥିଲେ । ଆଜି ମଧ୍ୟାହ୍ନରେ ନାମଯଜ୍ଞର
ପୂଣ୍ଡାହୂତି ପଡି ଓ ନଗର କୀର୍ତନ ହୋଇଥିଲା। ଏହାର ମୁଖ୍ୟ ଆୟୋଜ ସିଦ୍ଧାର୍ଥ ସାହା ସମସ୍ତ କାର୍ଯ୍ୟକ୍ରମକୁ ପରିଚଳନା କରିଥିଲେ।ଯେଉଁ ସାଧୁସନ୍ଥଓ ନାଗାବାବା ମାଳେ ପ୍ରୟାଗରାଜ ମହାକୁମ୍ଭରୁ ସିଧାସଳଖ ଶ୍ରୀରାମ ଚାଟିକା ଆସିଛନ୍ତି ସେମାନଙ୍କୁ ଦର୍ଶନ କରିବା ପାଇଁ ବହୁ ଦୂର ଦୁରାନ୍ତରରୁ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଏଥିରେ ଯୋଗ ଦେଇଥିଲେ। ସମସ୍ତ ଭକ୍ତ ଓ ଶ୍ରଦ୍ଧାଲୁଙ୍କୁ ଅନ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା।