Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏପ୍ରିଲ ୯ରୁ କୁସୁମୀ ରାମଲୀଳା ମହୋତ୍ସବ,ଆଜି ହେଲା ପୋଥି ପୂଜନ କାର୍ଯ୍ୟକ୍ରମ

ସମ୍ବଲପୁର :ଆସନ୍ତା ୯ ଅପ୍ରେଲ ଠାରୁ ୧୫ ଅପ୍ରେଲ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ରାମଲୀଳା ମହୋତ୍ସବ ପାଇଁ କଳାକାର ଙ୍କ ପ୍ରସ୍ତୁତି ଆରମ୍ଭ ହୋଇ ପୋଥି ପୂଜନ ଅନୁଷ୍ଠିତ ହୋଇଛି।
ରାମାୟଣ ର ସାତଟି ଯାକ କାଣ୍ଡ ସାତ ଦିନ ଧରି ରାମାୟଣ ର ବିଭିନ୍ନ ବିଷୟ ବସ୍ତୁ ସହ ଗୀତିନାଟ୍ୟ ଆଧାରରେ ଅଭିନୀତ ହେବ ଅଞ୍ଚଳର ଛୋଟ ବଡ଼ ୧୪୭ ଜଣ କଳାକାର ଙ୍କ ଦ୍ଵାରା ଏହା ଅଭିନୀତ ହେବ। ଏହା ସପ୍ତମ ବର୍ଷରେ ପହଞ୍ଚିଛି।
କୁସୁମୀ ରେ ପୁରାତନ ନାଟ୍ୟ କଳା କୁ ଉଦଜୀବିତ କରିବା ପାଇଁ କଳା ଓ କଳାକାର ସଂଘ କୁସୁମୀ ସର୍ବଦା ଚେଷ୍ଟିତ
ଏହି କାର୍ଯ୍ୟକ୍ରମରେ ୮ ତାରିଖ ଦିନ ସକାଳ ସାଢେ଼ ଆଠଟା ସମୟରେ ହେବ କଳସ ଯାତ୍ରା, ୯ ତାରିଖ ଦିନ ଦଶରଥ ଙ୍କ ପୁତ୍ରେଷ୍ଟି ଯଜ୍ଞ ରାମ ଜନ୍ମ ଏକୋଇଶୀଆ ଓ ନାମକରଣ ବିଦ୍ୟାରମ୍ଭ ଶାସ୍ତ୍ର ଓ ଶସ୍ତ୍ର ବିଦ୍ୟା ଶିକ୍ଷା। ସହ ତାଡକା ବଧ ହୋଇ ୧୦ତାରିଖ ଦିନ ହେବ ସୀତା ବିବାହ,ମନ୍ଥରା ର କୁମନ୍ତ୍ରଣା ରେ ରାମ ବନବାସ ପାଦୁକା ପୂଜା। ସେହିପରି
୧୧ତାରିଖ ଦିନ ସୂର୍ପଣଖା ର ପ୍ରେମ ନିବେଦନ ରେ ଅତିଷ୍ଠ ଲକ୍ଷ୍ମଣ ଙ୍କ ଦ୍ଵାରା ନାସା କର୍ଣ୍ଣ ଛେଦନ ସୀତା ଚୋରି ଜଟାୟୁ ଉଦ୍ଧାର,୧୨ ତାରିଖ ଦିନ ରାମ ହନୁମାନ ଭେଟ ସୁଗ୍ରୀବ ମିତ୍ରତା ବାଲି ବଧ,୧୩ ତାରିଖ ଦିନ ଲଙ୍କା ପୋଡ଼ି ବିଭୀଷଣ ଶରଣ ଓ ସେତୁ ବନ୍ଧ ପ୍ରତିଷ୍ଠା ହୋଇ ୧୪ ତାରିଖ ଦିନ ଇନ୍ଦ୍ରଜିତ ବଧ କୁମ୍ଭକର୍ଣ୍ଣ ବଧ ସହିତ ୧୫ ତାରିଖ ଦିନ ମହିରାବନ୍ ବଧ, ତରଣି ସେନ ଉଦ୍ଧାର,ବିଭୀଷଣ ଙ୍କ ପୁତ୍ର ଶୋକ ରାବଣ ବଧ,ରାମ ଚନ୍ଦ୍ର ଙ୍କ ପ୍ରତ୍ୟାଗମନ ଓ ଅଭିଷେକ ରାମରାଜ୍ୟ ପ୍ରତିଷ୍ଠା କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ।
ଏହା ମଧ୍ୟରେ ଶ୍ରବଣ କୁମାର ପ୍ରସଙ୍ଗ,ଦଶରଥ ଙ୍କ ଶୋକ ଜଣେ ରାଜକୁମାର ଠାରୁ ଜଣେ ସାଧାରଣ ଜଟାଯୁଟ ଧlରି ବନବାସୀ ର ବେଶ,ରାମ ବନ ଗମନ ର ଦୁଃଖ, କୈବର୍ତ୍ତ ପ୍ରସଙ୍ଗ,ଭରତ ଙ୍କ ଦ୍ଵାରା ପାଦୁକା ପୂଜା।ଏହାର ଅନ୍ୟତମ ଆକର୍ଷଣ ମଧ୍ୟ୍ୟରେ ୧୮ ଜଣ ରାଜା ଙ୍କ ଉପସ୍ଥିତିରେ ସୀତା ସ୍ଵୟମ୍ବର ହୋଇଥାଏ।କାର୍ଯ୍ୟକ୍ରମ କୁ ଦେଖିବା ପାଇଁ ବହୁ ଦୂର ଦୁରନ୍ତ ରୁ ପ୍ରତି ଦିନ ୫୦୦୦ ରୁ ୭୦୦୦ ଦର୍ଶକ ଦେଖିବାକୁ ଆସିଥାନ୍ତି। ରାମାୟଣ ଉପରେ ଲୋକଙ୍କ ଆଗ୍ରହ ବଢ଼ୁଥିବାରୁ ଦିନକୁ ଦିନ କୁସୁମୀ ଅଞ୍ଚଳର ଏହି ରାମଲୀଳା ସୁନାମ ଅର୍ଜନ କରିବାରେ ଲାଗିଛି।