Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତୀ ଆକ୍ରମଣରେ ଆହାତଙ୍କ କ୍ଷତିପୂରଣ ପାଇଁ ମାନବାଧିକାର କମିଶନଙ୍କୁ ଅଭିଯୋଗକଲେ, ଆଲୋକ ମିଶ୍ର

ସମ୍ବଲପୁର:ଦେବଗଡ ଜିଲ୍ଲା ରିଆମାଳ ରେଞ୍ଜ ଖିଲେଇ ଗ୍ରାମରେ ଗତ ଦୁଇଦିନ ତଳେ ହାତୀ ଆକ୍ରମଣରେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ୪୬ ବର୍ଷିୟ ରମଣି ବେହେରା। ରମଣି ଅତ୍ୟନ୍ତ ଗରିବ ହୋଇଥିବାବେଳେ ଘରର ଏକମାତ୍ର ରୋଜଗାରଆ ଭାବରେ ବହୁ କଷ୍ଟରେ ଚାଷ ବାସ ମୁଲମଜୂରି କରି ପରିବାରର ପ୍ରତିପୋଷଣ କରିଆଶୁଥିଲେ। ଆଜି ପଜ୍ୟନ୍ତ ପକା ଘରଟିଏ ମଧ୍ୟ କରିନପାରି ଝାଟି ମାଟିର ଖପର ଘରେ କାଳତିପାତ କରୁଛନ୍ତି। ଗତ ଦୁଇଦିନ ତଳେ ଜମିକୁ ଆଳୁ ଖୁଳିବାକୁ ଯାଇଥିବା ବେଳେ ତାଙ୍କୁ ଜଙ୍ଗଲି ହାତି ଆକ୍ରମଣ କରିଥିଲା। କୌଶଳ କ୍ରମେ ମୃତ୍ୟୁ ମୁଖରୁ ବତ୍ତି ଯାଇଥିଲେ ମଧ୍ୟ ଗୁରୁତର ଆହାତ ହୋଇଛନ୍ତି। ଏ ସମଧରେ ରମଣି ଙ୍କୁ ତୁରିତ ନ୍ୟାୟ ପ୍ରଦାନ ପୁର୍ବକ କ୍ଷତିପୂରଣ ପ୍ରଦାନ ପାଇଁ ଜାତୀୟ ମାନବାଧିକାର କମିଶନ NHRC ଙ୍କ ନିକଟରେ ସାମାଜୀକ କର୍ମୀ ଦେବଗଡ ର ଆଇନଜୀବୀ ଆଲୋକ କୁମାର ମିଶ୍ର ଅଭିଯୋଗ କରିଛନ୍ତି। ଏହା ସହିତ ରମଣିକଙ୍କ ପରିବାକୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରିବାକୁ ମଧ୍ୟ ଆବେଦନରେ ଯଣାଯାଇଛି। ଆଇନଜୀବୀ ଆଲୋକ କୁମାର ମିଶ୍ର ଙ୍କ ଅଭିଯୋଗକୁ ଜାତୀୟ ମାନବାଧିକାର କମିଶନ ( NHRC ) ଙ୍କ ପକ୍ଷରୁ ଗ୍ରହଣ କରାଯାଇ ମାମଲାକୁ ଅଭିଯୋଗ NO 4949/IN/2025 ଭାବରେ ଗ୍ରହଣ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ