Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୋଗ ପରିବାର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ

ସମ୍ବଲପୁର:ସମ୍ବଲପୁର ଯୋଗ ପରିବାର ତରଫ; ବିଚିତ୍ରାନନ୍ଦ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଗାନ୍ଧୀପାର୍କଠାରେ ବିଶ୍ଵ ମହିଳା ଦିବସ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମରେ ରାକ୍ଷୀ ମିଶ୍ର, ସୁଭଦ୍ରା ସାହୁ, ପିଙ୍କି କୁମାରୀ ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା। ଯୋଗଗୁରୁ ଟିକେଲାଲ ଭୋଇ ଯୋଗ ଦ୍ବାରା ମହିଳା ମାନେ ନିଜକୁ ସୁସ୍ଥ ରଖିବା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ରେ ଶ୍ରୀ ଭବାନୀଶ ଭୋଇ ମହିଳା ମାନଙ୍କ ଅଧିକାର ଓ ସେମାନଙ୍କ ତ୍ୟାଗ ଉପରେ ଆଲୋକପାତ କରିଥିଲେ । ଶେଷରେ ବରିଷ୍ଠ ସଦସ୍ୟ ହରିହର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଯୋଗ ପରିବାରର ପ୍ରଦୀପ୍ତ ସୁଶାରୀ, ବିରଞ୍ଚି ନାୟକ, ଶଶୀକାନ୍ତ ଜେନା, ମନୋଜ ପଣ୍ଡା, ସୁବାସ ମହାପାତ୍ର, ନରେନ୍ଦ୍ର ପଟେଲ, ସୁଧୀର ମିଶ୍ର , ଗୋପାଳ ପାଢ଼ୀ, ଅଶୋକ ସାହୁ, କ୍ଷିତୀଶ ବିଶ୍ଵାଳ,ଉଦୀପ୍ତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ