Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରେ ନାରୀ ନିର୍ଯ୍ୟାତନା ବନ୍ଦ କରନ୍ତୁ ମୋହନ ସରକାର : କଂଗ୍ରେସ

ସମ୍ବଲପୁର: ରାଜ୍ୟରେ ମହିଳା ହିଂସା ସୀମା ଟପିଛି। ସହିବା ସହଜ ନୁହେଁ।ରାଜ୍ୟରେ ନାରୀମାନେ ଅସୁରକ୍ଷିତ ଓ ଅସହାୟ l ରାଜ୍ୟରେ ବିଜେଡି ୨୪ ବର୍ଷର କୁଶାସନ ପରେ ବିଜେପିର କେଳଙ୍କାରୀ ସରକାର ଏବେ ଅସୁରକ୍ଷିତ ଭାବେ ମହିଳା ମାନଙ୍କୁ ଭୟଭୀତ ଭାବେ ରଖିଛନ୍ତି l ରାଜ୍ୟ ସରକାରଙ୍କ ମା କୁ ସମ୍ମାନ, ବେଟି ବଚାଓ, ବେଟି ପଢ଼ାଓ, ଶକ୍ତି, ସୁଭଦ୍ରା ଓ ମିଶନ ଶକ୍ତି ଭଳି କାର୍ଯ୍ୟକ୍ରମ ମହିଳା ବିରୋଧୀ ହୋଇଯାଇଛି l ବର୍ତମାନ କେନ୍ଦ୍ର ଓ ରାଜ୍ୟରେ ୮ ମାସ ହେଲାଣି ଡବଲ ଇଂଜିନ ସରକାର ପାଣିରେ ଗାର ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜ଼ିଲ୍ଲାରେ ଛାତ୍ରୀ ମହିଳା ମାନେ ଅସୁରକ୍ଷିତ l ଖୋଦ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱ ଥିଲେ ମଧ୍ୟ ଅପାରଗ ହୋଇଛନ୍ତି l ଦିନକୁ ଦିନ ବିଶୃଙ୍ଖଳା, ଗଣଧର୍ଷଣ, ଦୁଷ୍କର୍ମ, ବଳାତ୍କାର, ହତ୍ୟା, ଦୁର୍ନୀତି ଓ ଅନ୍ୟାୟ ବଢ଼ି ବଢ଼ି ଚାଲିଛି l ନିଜ ଜ଼ିଲ୍ଲାରେ ଛାତ୍ରୀମାନେ ଗର୍ଭବତୀ ହୋଇ ସନ୍ତାନକୁ ବିଦ୍ୟାଳୟ ପରିସରରେ ପ୍ରସବ କରୁଛନ୍ତି ଯାହାକି ସମଗ୍ର ମହିଳା ଜାତି ପ୍ରତି ଅସମ୍ମାନ ଏବଂ ଅସୁରକ୍ଷିତ ଭାବେ ରଖାଯାଇଛି l ଏ ବାବଦରେ କଂଗ୍ରେସ ଅଭିଯୋଗ କଲା ପରେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ବିବୃତିରେ କହିଛନ୍ତି ସେପରି କିଛି ହେଇନାହିଁ କଂଗ୍ରେସ ନାଟକ କରୁଛି l କିନ୍ତୁ ଏହିପରି ଘଟଣା ସବୁଦିନେ ରାଜ୍ୟରେ ସବୁ ଜ଼ିଲ୍ଲାରେ ଘଟୁଛି l ତେଣୁ ରାଜ୍ୟରେ ସମସ୍ତ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜ଼ିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ କର୍ମୀମାନେ ବିକ୍ଷୋଭ ଓ ପ୍ରତିବାଦ କରିବା ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ଜ଼ିଲ୍ଲା କଂଗ୍ରେସ କମିଟି ତରଫରୁ ସ୍ଥାନୀୟ କଂଗ୍ରେସ ଭବନରୁ କଂଗ୍ରେସ କର୍ମୀମାନେ ମହିଳା ହିଂସା ବିରୋଧୀ ସ୍ଲୋଗାନ ଦେଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଜ଼ିଲ୍ଲା ସଭାପତି ଜୟଶଙ୍କର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ତଥା ଜ଼ିଲ୍ଲା ପର୍ଯ୍ୟବେକ୍ଷକ ହମିଦ ହୁସେନଙ୍କ ନେତୃତ୍ୱରେ ଦୁର୍ଗା ପାଢ଼ୀ, ସୁରେଶ୍ୱର ମିଶ୍ର, ନିରଞ୍ଜନ ତ୍ରିପାଠୀ, ସୁତପା ମିତ୍ର, ବିଜୟଲଷ୍ମୀ ବେହେରା, ସରୋଜିନୀ ବାରିକ, କେଦାର ବେରିହା, ଦିଲ୍ଲୀପ ଧୂରୁଆ ପ୍ରମୁଖ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ସହ ଏଥିରେ ଯୁବ, ଛାତ୍ର ଓ ମହିଳା କଂଗ୍ରେସ କର୍ମୀ ସାମିଲ ହୋଇଥିଲେ l ବିଭିନ୍ନ ମହିଳା ହିଂସା ସ୍ଲୋଗାନ ଦେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଅତିରିକ୍ତ ଜ଼ିଲ୍ଲାପାଳଙ୍କୁ କଂଗ୍ରେସ ପ୍ରତିନିଧିମଣ୍ଡଳୀ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ