Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି

ସମ୍ବଲପୁର : ଆଜି ଜମନକିରା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ, ସମ୍ବଲପୁର, ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଆଇ.ଏ.ଏସ.) ଏବଂ ଆରକ୍ଷୀ ଅଧିକ୍ଷକ, ସମ୍ବଲପୁର, ଶ୍ରୀ ମୁକେଶ ଭାମୁ(ଆଇ.ପି.ଏସ) ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ମିଳିତ ଜନ ଅଭିଯୋଗ ଶୁଣାଣି ଠାରେ ମୋଟ ୪୮ଟି ଆବେଦନ ଗ୍ରହଣ କରାଯାଇ ଥିଲା ଯେଉଁଥିରୁ ୨୯ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୧୯ଟି ସମସ୍ୟା ଗ୍ରାମୀୟ ସମସ୍ୟା ସହିତ ଜଡିତ ଥିଲା । । ଆଜି ଜିଲ୍ଲାପାଳ ସମ୍ବଲପୁର ଅଭିଯୋଗ ଶୁଣାଣି ଠାରେ ୦୧ ଜଣ ହିତାଧିକାରୀଙ୍କୁ ଟ୍ରାଇସାଇକେଲ ପ୍ରଦାନ କରିଥିଲେ।୩ ଟି ଅଭିଯୋଗ , ଅନୁଷ୍ଠିତ ଅଭିଯୋଗ ଶୁଣାଣି ଠାରେ ସମାଧାନ କରାଗଲା ।