Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରାତନ ଛାତ୍ରୀଙ୍କର ‘ଆଲୁମିନି’ ପୁନର୍ମିଳନ ପର୍ବ

ସମ୍ବଲପୁର:ସମ୍ବଲପୁର ସହରର ଅତି ପ୍ରାଚୀନ ସ୍କୁଲ୍‌ ଲେଡ଼ି ଲୁଇସ୍‌ ଗାର୍ଲ୍ସ ହାଇ ସ୍କୁଲ୍‌ର ୧୯୮୩ ସାଲ୍‌ର ମେଟ୍ରିକ୍‌ ବେଚ୍‌ର ପୁରାତନ ଛାତ୍ରୀଙ୍କର ‘ଆଲୁମିନି’ ପୁନର୍ମିଳନ ପର୍ବ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଐତିହ୍ୟ ସଂପନ୍ନ ସ୍କୁଲରେ ୧୯୮୩ ମସିହାରେ ଉଚ୍ଚ ମାଧ୍ୟମିକ ଶ୍ରେଣୀରେ ଏକାଠୀ ପଢ଼ି ଥିବା ବାନ୍ଧବୀମାନେ ପରସ୍ପରର ସ୍ମୃତି ଚାରଣ କରିଥିଲେ। ଏହାର ଆୟୋଜନରେ ସଂଗୀତା ଗୌନ୍ତିଆ,ପ୍ରଭାତୀ କର ଓ ସଂଗୀତା ପଣ୍ଡା,ପ୍ରମୂଖ ମୂଖ୍ୟ ଭୂମିକା ନିର୍ବାହ କରିଥିଲେ। ଖାନାପିନା,ଗୀତନୃତ୍ୟ ସହ କେକ୍‌ କଟା,ରଂଗ ଖେଳା ଓ ଅନ୍ୟାନ୍ୟ ଆମୋଦପ୍ରମୋଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂଗୀତା ଗୌନ୍ତିଆ ନିଜସ୍ବ କବିତା ‘ପୂର୍ଣିମା-ଅମାବାସ୍ୟା’ ପାଠ କରିଥିଲେ। ଲେଡ଼ି ଲୁଇସ୍‌ ସ୍କୁଲ୍‌ର ତାତ୍କାଳୀକ ଶିକ୍ଷୟତ୍ରୀମାନଙ୍କ ସ୍ମୃତି ରୋମନ୍ଥନ ସହିତ ସ୍କୁଲ୍‌ ଉନ୍ନତି ପାଇଁ ବିଭିନ୍ନ ପ୍ରସଙ୍ଗ ଆଲୋଚନା କରିଥିଲେ। ସେଦିନ ତମାମ୍‌ ଏହି ‘ଆଲୁମିନି ମିଟ୍‌’ ରେ ସମସ୍ତେ ସମ୍ବଲପୁରୀ ଶାଢ଼ୀ ଓ ପରିଧାନ ପିନ୍ଧିଥିଲେ। ଏଥିରେ ସମ୍ବଲପୁର ବ୍ୟତୀତ ରାଉରକେଲା,ଝାର୍‌ସୁଗୁଡ଼ା,ବଲାଙ୍ଗିର,ବେଲ୍‌ପାହାଡ଼,ବରପାଲି ତଥା ସୁଦୂର ଦକ୍ଷିଣ ଭାରତର ପୁଟ୍ଟପର୍ତ୍ତୀରୁ ମଧ୍ୟ ୧୯୮୩ ମେଟ୍ରିକ୍‌ ବେଚ୍‌ର ସେ ସମୟର ସହପାଠୀମାନେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ