ବଲାଙ୍ଗୀର: ବନ୍ଧୁକ ଦେଖାଇ ଦମ୍ପତିଙ୍କଠାରୁ ସୁନା ଅଳଙ୍କାର ଲୁଟ୍ ଘଟଣାର ପର୍ଦ୍ଦାଫାସ । ଘଟଣାର ମାଷ୍ଟରମାଇଣ୍ଡ ଥିଲା ଭଡ଼ା ଗାଡ଼ିର ଡ୍ରାଇଭର । ଘୁନସର ଗାଁ କଲେଜ ରାସ୍ତାରେ ଗତ ୮ ତାରିଖ ସନ୍ଧ୍ୟାରେ ବନ୍ଧୁକ ଦେଖାଇ ଦମ୍ପତିଙ୍କଠାରୁ ହୋଇଥିଲା ଲୁଟ୍ ।
ଖବର ଅନୁସାରେ, ପାଣ୍ଡବ ପ୍ରଧାନ ଏବଂ ତାଙ୍କ ପତ୍ନୀ ଏକ ବିବାହ କାର୍ଯ୍ୟରେ ଯୋଗ ଦେଇ ଗାଁକୁ ଫେରୁଥିବା ବେଳେ ଦୁଇଟି ବାଇକରେ ୪ ଜଣ ଦୁର୍ବୁତ୍ତ ଆସି ଗାଡି ଅଟକାଇ ବନ୍ଧୁକ ଦେଖାଇ ଲୁଟ କରିଥିଲେ । ଏନେଇ ସଇଁନ୍ତଳା ଥାନାରେ ଅଭିଯୋଗ କରିଥିଲେ ଦମ୍ପତି । ତେବେ ଦମ୍ପତି ଭଡ଼ାରେ ନେଇଥିବା ଗାଡିର ଡ୍ରାଇଭର ହିଁ ଲୁଟର ମାଷ୍ଟରମାଇଣ୍ଡ ଥିଲା ବୋଲି ପୋଲିସ କହିଛି ।
ନିଜ ସାଙ୍ଗଙ୍କ ସହ ମିଶି ଡ୍ରାଇଭର ଲୁଟ କରିଥିଲା । ଘଟଣାରେ ଗାଡି ଡ୍ରାଇଭର ସହ ତାଙ୍କର ୪ ଜଣ ସାଙ୍ଗ ସଂପୃକ୍ତ ଥିଲେ । ଜଣେ ନାବାଳକ ଥିବା ବେଳେ ଅନ୍ୟ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନଙ୍କ ଠାରୁ ଦୁଇଟି ବାଇକ, ୪ଟି ମୋବାଇଲ, ଗୋଟିଏ ଦେଶୀ ବନ୍ଧୁକ, ସୁନା ଗହଣା ଜବତ କରିଛି ପୋଲିସ ।
ବଲାଙ୍ଗୀରରେ ଦମ୍ପତିଙ୍କୁ ଲୁଟର ମାଷ୍ଟର ମାଇଣ୍ଡ ଭଡ଼ା ଗାଡିର ଡ୍ରାଇଭର
