Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଦେ ଉତ୍କଳ ଜନନୀ ଗାଇବାକୁ କୁ ପଶ୍ଚିମାଞ୍ଚଳ ବାସୀଙ୍କୁ ବାଧ୍ୟ କରିବା ଭୁଲ – ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ

ସମ୍ବଲପୁର ତା.୧୧/୦୩ – ଏକ ସରକାରୀ କାର୍ଯ୍ୟକ୍ରମ ରେ ପୁର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର ବନ୍ଦେ ଉତ୍କଳ ଜନନୀ ଗାଇବାକୁ ମନା କରିବା ଘଟଣା ଏବଂ ତାଙ୍କ ମନ୍ତବ୍ୟ କୁ ଗତ ତିନି ଦିନ ଧରି ରାଜ୍ୟବ୍ୟାପୀ ରାଜନୀତି କୁ ସରଗରମ ରଖିଛି । ଜୟ ଙ୍କ ସମର୍ଥନ ରେ ପଶ୍ଚିମ ଓଡ଼ିଶା ର ବିଭିନ୍ନ ସ୍ଥାନ ରୁ ସମର୍ଥନ ର ସ୍ୱର ଉଠୁଥିବା ବେଳେ ବିଜେଡି ର ନେତା ଜୟ ଙ୍କ ମନ୍ତବ୍ୟ କୁ ବିରୋଧ କରୁଛନ୍ତି । ରାଜ୍ୟ ରାଜଧାନୀ ରୁ ପୁର ପଲ୍ଲୀ ଯାଏଁ ସବୁଆଡେ ଗୋଟାଏ ଚର୍ଚ୍ଚା ।
ଜୟ ନାରାୟଣ ମିଶ୍ର ଙ୍କ ମନ୍ତବ୍ୟ କେବଳ ମାତ୍ର ପଶ୍ଚିମାଞ୍ଚଳ ବାସୀଙ୍କ ପ୍ରତିଫଳନ । ଅଞ୍ଚଳ ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ସ୍ଥାନୀୟ ମହାନଦୀ କ୍ଲବ ଠାରେ ଆଦୃତ ଏକ ସାମ୍ବାଦିକ ସମ୍ମିଳନୀ ରେ ମଞ୍ଚ ଏହା ଉପରେ ନିଜର ପକ୍ଷ ରଖିଛି । ମଞ୍ଚ ର ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବି ଡ. ପ୍ରମୋଦ ରଥ ତାଙ୍କର ବକ୍ତବ୍ୟ ରେ କହିଥିଲେ ଯେ…
“ଗତ ୮ ତାରିଖ ରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଯାହା କହିଛନ୍ତି ତାହା ପଶ୍ଚିମାଞ୍ଚଳ ବାସୀଙ୍କ ସାଧାରଣତ ଲୋକଙ୍କ ପ୍ରତିକ୍ରିୟା । ସେ ଆରମ୍ଭ ରୁ ବନ୍ଦେ ଉତ୍କଳ ଜନନୀ କୁ ବିରୋଧ କରି ଆସୁଥିଲେ ଓ ସେ ତାଙ୍କର ସ୍ଥାନ ରେ ଆଜି ବି କାୟମ ରହିଛନ୍ତି । ଜୟ ନାରାୟଣ କୌଣସି ସ୍ଥାନ ରେ ରାଜ୍ୟ ବିଭାଜନ ର କଥା କହି ନାହାଁନ୍ତି । ସେ ସମଗ୍ର ରାଜ୍ୟ ର ସାମଗ୍ରିକ ଓ ସମତୁଳ ବିକାଶ ର କଥା କହିଛନ୍ତି । ଯେହେତୁ ଓଡ଼ିଶା କହିଲେ କେବଳ ଉତ୍କଳ ନୁହେଁ, ଉତ୍କଲ ଓଡ଼ିଶା ର ଏକ ଅଞ୍ଚଳ ମାତ୍ର ଓ ବନ୍ଦେ ଉତ୍କଳ ଜନନୀ ରେ ସମଗ୍ର ରାଜ୍ୟ ର ଭୌଗଳିକ, ସାଂସ୍କୃତିକ, ଐତିହ, ବରପୁତ୍ର ବୀରପୂତ୍ର ଙ୍କ ଗୁଣଗାଣ ନାହିଁ ତେଣୁ କେବଳ ଗୋଟିଏ ଛୋଟିଆ ଓ ବିଶେଷ ଅଞ୍ଚଳ ର ଜୟଗାଣ କରାଯାଉଥିବା ଗୀତ କୁ ସେ ସମ୍ମାନ ଦେଇ ପାରିବେ ନାହିଁ । ଜୟ ନାରାୟଣ ଙ୍କ ମନ୍ତବ୍ୟ କୁ ଏପଟ ସେପଟ କରି ଭୁଲ ତଥ୍ୟ ରଖି କିଛି ନେତାଓଡ଼ିଶାବାସୀ ଙ୍କୁ ଭ୍ରମିତ୍ କରୁଛନ୍ତି । ପ୍ରକୃତରେ ବନ୍ଦେ ଉତ୍କଳ ଜନନୀ ସୁନ୍ଦର ଗୀତ । ମାତ୍ର କାହାକୁ ଏହା ଗାଇବାକୁ କିମ୍ବା ଛିଡା ହେବାକୁ ବାଧ୍ୟ କରିବାକୁ ଜୟ ନାରାୟଣ ବିରୋଧ କରିଛନ୍ତି। ବର୍ତ୍ତମାନ ରାଜ୍ୟ ରେ ଚାଲୁଥିବା ମୋହନ୍ ମାଝୀ ଙ୍କ ସରକାର୍ ରାଜ୍ୟ ରେ ଯେଭଳି କାର୍ଯ୍ୟ କରୁଛନ୍ତି ଆମେ ଆଶାବାଦୀ ଖୁବ୍ ଶୀଘ୍ର ଆଞ୍ଚଳିକ ବୈଷମ୍ୟ ଦୂର ହୋଇପାରିବ ।”
ସାମ୍ୱାଦିକ ସମ୍ମିଳନୀ ରେ ମଞ୍ଚ ର ମୂଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ତାଙ୍କର ବକ୍ତବ୍ୟ ରେ କହିଥିଲେ ଯେ…
“ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ର ପ୍ରଚାର ପ୍ରସାର ଓ ପଶ୍ଚିମାଞ୍ଚଳ ର ନ୍ୟାର୍ଯ୍ୟ ଅଧିକାର ପାଇଁ କାର୍ଯ୍ୟ କରି ଆସୁଛି । ସେ ଆଇ.ଆଇ.ଏମ ସ୍ଥାପନ୍ ପ୍ରସଙ୍ଗ ହେଉ କି ବରଗଡ଼ ରେ କେନ୍ସର୍ ହସ୍ପିଟାଲ ସ୍ଥାପନ୍ ହେଉ, ଇଲେକ୍ଟ୍ରିକାଲ ସ୍ମାର୍ଟ ମିଟର କୁ ବିରୋଧ ହେଉ କି ପଶ୍ଚିମ ଓଡ଼ିଶା ରେ ହାଇ କୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ ହେଉ ମଞ୍ଚ ସବୁବେଳେ ଅଞ୍ଚଳ ର ସ୍ଵାର୍ଥ ଓ ସମ୍ମାନ ରକ୍ଷା ପାଇଁ କାର୍ଯ୍ୟ କରି ଆସୁଛି । ୨୦୨୦ ରେ ନବୀନ ପଟ୍ଟନାୟକ ସରକାର୍ ସମୟରେ ଯେତେବେଳେ ବନ୍ଦେ ଉତ୍କଳ ଜନନୀ କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦିଆଯାଇଥିଲା ସେତେବେଳେ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ସର୍ବ ପ୍ରଥମେ ବିରୋଧ କରିଥିଲା । ଏହା ପରେ ସେ ସମୟ ର ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ସେ ସମୟର ରାଜ୍ୟ ସରକାର ଙ୍କ କ୍ୟାବିନେଟ୍ ମନ୍ତ୍ରୀ ସୁଶାନ୍ତ ସିଂ ସରକାର୍ ଙ୍କ ନିଷ୍ପତ୍ତି କୁ ବିରୋଧ କରିଥିଲେ । ସେତେବେଳେ ମଞ୍ଚ ପକ୍ଷରୁ ଉଭୟ ବିଜେପି ଓ ବିଜେଡି ଦଳ ର ନେତାଙ୍କୁ ଧନ୍ୟବାଦ୍ ଦିଆଯାଇଥିଲା । ସେ ବିଜେପି ର ସୁରେଶ ପୂଜାରୀ ହୁଅନ୍ତୁ କି କଂଗ୍ରେସ ର ନରସିଂହ ମିଶ୍ର, ବିଜେପି ର ଜୟ ନାରାୟଣ ମିଶ୍ର ହୁଅନ୍ତୁ କି ବିଜେଡି ର ସୁଶାନ୍ତ ସିଂ, ବିଜେପି ର ଡ.ମୁକେଶ ମହାଲିଙ୍ଗ ହୁଅନ୍ତୁ କି ନାଉରୀ ନାୟକ ଦଳମତ ନିର୍ବିଶେଷରେ ପଶ୍ଚିମାଞ୍ଚଳ ସ୍ୱାର୍ଥ ଓ ସମ୍ମାନ ରକ୍ଷାକରୀ ଙ୍କୁ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ସମର୍ଥନ କରୁଥିଲା କରୁଛି ଓ କରୁଥିବ ।”
ଯଦି, ଜୟ ନାରାୟଣ ମିଶ୍ର ବନ୍ଦେ ଉତ୍କଳ ଜନନୀ କୁ ବିରୋଧ କରିଛନ୍ତି ଏପରିକି ବିଜେଡି ର ତତ୍କାଳୀନ ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟ ବନ୍ଦେ ଉତ୍କଳ ଜନନୀ କୁ ବିରୋଧ କରିଛନ୍ତି।
ଯଦି “ବନ୍ଦେ ଉତ୍କଳ ଜନନୀ” ସ୍ଥନ୍ ରେ “ସମ୍ବଲପୁର ର ମାଟି ପାନି ଝର୍ସି ହୀରା ନିଲା, ଜୟ ଜୟ ମାଁ ସମଲେଇ ଗୋ ଧଏଁନ୍ ଧଏଁନ୍ ତୋର ଲିଲା” ଗୀତ କୁ ସମ୍ବଲପୁରୀ ପ୍ରେମୀ ସମ୍ମାନ ର ସହ ଗାୟନ କରନ୍ତି। ତେବେ ଏହାକୁ ରାଜ୍ୟ ସଙ୍ଗୀତ କରାଯିବ କି କିମ୍ବା ଉପକୂଳ ଓଡ଼ିଶାବାସୀ କଣ ତାକୁ ସ୍ବୀକାର କରି ଛିଡ଼ା ହୋଇ ସମ୍ମାନ ଜଣାଇବେକି ..?
ବୋଲି ମଞ୍ଚ ର ମୂଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରଶ୍ନ ପଚାରିଥିଲେ ।
ସାମ୍ୱାଦିକ ସମ୍ମିଳନୀ ରେ ମଞ୍ଚ ର ମହିଳା ସଂଯୋଜିକା ପଙ୍କଜିନି ମେହେର ଧନ୍ୟବାଦ୍ ଦେଇଥିବା ବେଳେ ଲଳିତା ଭୋଇ, ମୁକେଶ ଜରିୱାଲ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories