ପାଣ୍ଡିଆନଙ୍କ ସନ୍ନ୍ୟାସ ନାଟକର ପର୍ଦ୍ଦାଫାସ, ଏବେ ବି ଶଙ୍ଖ ବାଜୁଛି ତାଙ୍କୁ ଇଚ୍ଛାରେ


ଭୁବନେଶ୍ବର: ନବୀନଙ୍କୁ ପଛକୁ କରି ବିଜେଡିର ସର୍ବେସର୍ବା ସାଜିଥିଲେ ଭି.କେ. ପାଣ୍ଡିଆନ । ନିର୍ବାଚନରେ ନବୀନଙ୍କ କାଠପୁତ୍ତଳା କରି ସଭା ସମିତିରେ ଆଗରେ ରହୁଥିଲେ । ଆଉ ୨୪ ବର୍ଷ ଧରି ଓଡ଼ିଶାର ନିର୍ବିବାଦିୟ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଚୌକିରୁ ବିରୋଧୀ ସିଟକୁ ନେଇ ଆସିଲେ । ୨୪ ନିର୍ବାଚନରେ ବିଜେଡି ଧରାଶାୟୀ ହେବା ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ ପାଣ୍ଡିଆନ । ହେଲେ, ଏହି ସନ୍ନ୍ୟାସ ଘୋଷଣା ଥିଲା ଏକ ନାଟକ । ଏବେ ବି ବିଜେଡି ତାଙ୍କ କବଜାରେ । ତାଙ୍କ ଇସାରାରେ ନବୀନଙ୍କ କ’ଣ ବିଜେଡି ଉଠବସ୍ ହେଉଛି । ତେବେ ପାଣ୍ଡିଆନଙ୍କ ସନ୍ନ୍ୟାସ ନାଟକର ପର୍ଦ୍ଦାଫାସ ହୋଇଛି ମନ୍ମଥ ରାଉତରାୟଙ୍କ ବିବାହ ଉତ୍ସବରେ । ମନ୍ମଥ ବାହାଘର ପରେ ପାଣ୍ଡିଆନଙ୍କ ସହ ଫଟୋ ଉଠାଇଛନ୍ତି । ଆଉ ଏହି ଫଟୋ ଭାଇରାଲ୍ ହେବା ପରଠୁ ରାଜ୍ୟ ରାଜନୀତି ପାଣ୍ଡିଆନକୁ ନେଇ ପୁଣି ଉଷ୍ଣ ହୋଇଛି । ଏମିତିକି ବିଧାୟକ ସାରଦା ବି କହିଛନ୍ତି, ଏବେ ବି ଦଳ ସହ ପାଣ୍ଡିଆନ୍ ଅଛନ୍ତି । ତାଙ୍କ କ୍ରେଜ୍ ବି ଅଛି ।

ପାଣ୍ଡିଆନଙ୍କ ଇସାରାରେ ଚାଲିଛି ଦଳ ! ନବୀନ ନିବାସରେ ପାଣ୍ଡିଆନ ସକ୍ରିୟ । ଭେଟୁଛନ୍ତି ନେତା ଓ ବିଧାୟକ । ବିବାହ ପରେ ପାଣ୍ଡିଆନଙ୍କ ସହ ମନ୍ମଥ ରାଉତରାୟଙ୍କ ଫଟୋ ପରେ ଚର୍ଚ୍ଚା । ସ୍ୱୀକାର କଲେ ବିଜେଡି ବିଧାୟକ । ଦ୍ବିତୀୟ ବିବାହ ପରେ ପତ୍ନୀଙ୍କ ସହ ନବୀନ ନିବାସ ଯାଇ ନବୀନ ନିବାସ ଯାଇ ନବୀନଙକ ସହ ଫଟୋ ଉଠାଇଥିଲେ ମନ୍ମଥ । ଏହାସହ ପାଣ୍ଡିଆନଙ୍କ ସହ ମଧ୍ୟ ଫଟୋ ଉଠାଇଥିଲେ । ଯାହା ଭାଇରଲ ହେବାରେ ଲାଗିଛି ।

ପାଣ୍ଡିଆନ ସନ୍ନ୍ୟାସ ନେବା ପରେ ବିଜେଡିର ଦଳୀୟ କାର୍ଯ୍ୟକ୍ରମଠାରୁ ଦୂରେଇ ରହୁଥିବା ଲୋକେ ଦେଖିବାକୁ ପାଉଥିଲେ । ବିଜେଡିକୁ ନେଇ ପାଣ୍ଡିଆନ କିଛି ଟିପ୍ପଣୀ ମଧ୍ୟ ଦେଉଥିବା ଦେଖିବାକୁ ମିଳୁ ନଥିଲା । ଦିନେ ନବୀନ ନିବାସକୁ ନିଜ ଘର ବନାଇଥିବା ପାଣ୍ଡିଆନଙ୍କୁ ସେଠାରେ ଦେଖିବାକୁ ମିଳୁ ନଥିଲା । ଏବେ ପ୍ରଶ୍ନ ଉଠୁଛି, ମନ୍ମଥ ବାହା ହେଲେ । ନବ ଦମ୍ପତି ନବୀନଙ୍କ ଆର୍ଶୀବାଦ ନେବାକୁ ନବୀନ ନିବାସ ଗଲେ । ହେଲେ ସେଠି ପାଣ୍ଡିଆନ କ’ଣ କରୁଥିଲେ ? ତାମିଲ ବାବୁଙ୍କୁ ଯଦି ମନ୍ମଥଙ୍କୁ ଆର୍ଶୀବାଦ ଦେବାର ଥିଲା, ତେବେ ସେ ତାଙ୍କ ନିଜ ବାସଭବନରେ ମଧ୍ୟ ଦେି ପାରିଥାନ୍ତି । ହେଲେ, ବିଜେଡିକୁ ବରବାଦ କରିଥିବା ନେତାଙ୍କ ନବୀନ ନିବାସରେ ଏମିତି ସମୟରେ ଉପସ୍ଥିତି ଓ ଫଟୋ ସୁଟ୍ ରାଜନୀତିକୁ ଉଷ୍ଣ କରିଛି ।

ଶୁଣିବାକୁ ମିଳୁଛି, ନିର୍ବାଚନ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିବା ପାଣ୍ଡିଆନ ଏବେ ବି ବିଜେଡି ରାଜନୀତିରେ ସକ୍ରିୟ ଅଛନ୍ତି । ନବୀନ ନିବାସରେ ରହି ସବୁ ନିଷ୍ପତ୍ତି ନେଉଛନ୍ତି । ଆଉ ପାଣ୍ଡିଆନଙ୍କ ପ୍ରଭୁତ୍ବ ପାଇଁ ବରିଷ୍ଠଠୁ କନିଷ୍ଠ ସବୁ ଅସନ୍ତୁଷ୍ଟ । ଆଉ ଦଳ ଭିତରେ ଚାଲିଛି ଏକାଧିକ ଗୋଷ୍ଠୀ ।

ପାଣ୍ଡିଆନଙ୍କ ଦବଦବା ଥିବା ବିଜେଡି ବିଧାୟକ ସାରଦା ଜେନା ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ପାଣ୍ଡିଆନ ବାବୁ ନିଶ୍ଚିତ ଭାବେ ଆମ ଦଳ ସାଙ୍ଗରେ ଅଛନ୍ତି, ଦଳ ପାଇଁ ବହୁତ କାମ କରିଛନ୍ତି । ପାଣ୍ଡିଆନଙ୍କର ଏବେ ବି କ୍ରେଜ ଅଛି । ଯେଉଁ କ୍ରେଜ ପାଇଁ ସମସ୍ତେ ତାଙ୍କ ସହ ଫଟୋ ଉଠେଇବାକୁ ଆଗ୍ରହୀ ହେଉଛନ୍ତି । ଏମିତିକି ଦଳର ପରାଜୟ ପାଇଁ ତାଙ୍କୁ କାହିଁକି ଦାୟୀ କରିବା । ଏହା ଗୋଟେ ଟିମର ଦାୟିତ୍ୱ ଥିଲା ବୋଲି କହିଛନ୍ତି ସାରଦା । ଯାହାକୁ କଟାକ୍ଷ କରି ବିଜେପି କହିଛି, ବିଜେଡି ଶେଷ ନହେବା ପାଣ୍ଡିଆନ ନବୀନ ନିବାସ ଛାଡ଼ିବେ ନାହିଁ ତାମିଲ ବାବୁ ।

ପାଣ୍ଡିଆନ ମୋହ କାହିଁକି ଛାଡ଼ି ପାରୁ ନାହାନ୍ତି ନବୀନ ?

ନିକଟରେ ବଜେଟ ଅଧିବେଶନ ଆରମ୍ଭ ବେଳେ ଗୃହ ଅଚଳ ନେଇ ବି ସାଙ୍ଘାତିକ ଅଭିଯୋଗ ଆଣିଥିଲେ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର । ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ବିଜେଡି ଗୃହକୁ ବନ୍ଦ କରୁଛି । ବିରୋଧୀ ନୁହଁନ୍ତି କିଛି ଦିନ ତଳେ ନିଜେ ମନ୍ମଥ ମଧ୍ୟ ସ୍ୱୀକାର କରିଥିଲେ ଯେ, ନବୀନ ନିବାସରେ ପାଣ୍ଡିଆନ ନବୀନଙ୍କ ସ୍ୱାସ୍ଥ୍ୟ କଥା ବୁଝୁଛନ୍ତି । ଏଠି ପ୍ରଶ୍ନ ରାଜନୀତିରୁ ସନ୍ନ୍ୟାସ ପରେ ବି କାହିଁକି ବିଜେଡିକୁ ଛାଡ଼ି ପାରୁ ନାହାନ୍ତି ପାଣ୍ଡିଆନ । ଆଉ ଦଳ ବିପର୍ଯ୍ୟାୟର କାରଣ କହୁଥିଲେ ବି କାହିଁକି ପାଣ୍ଡିଆନକୁ ଛାଡ଼ି ପାରୁ ନାହାନ୍ତି ନବୀନ । ନବୀନ କି ବିଜେଡିର କିଛି ସିକ୍ରେଟ ରଖିଛନ୍ତି କି ପାଣ୍ଡିଆନ୍ ?

ପୂର୍ବରୁ ବିଜେଡି ନେତା ସଞ୍ଜୟ ଦାସବର୍ମା ଏବଂ ପ୍ରଭାତ ବିଶ୍ୱାଳଙ୍କ ଝିଅ ବିବାହରେ ମଧ୍ୟ ଯୋଗ ଦେଇ ସାମ୍ନାକୁ ଆସିଥିଲେ ପାଣ୍ଡିଆନ । ଦେଖିବାର କଥା ଆଗକୁ ପାଣ୍ଡିଆନ କେଉଁ ଭୂମିକାରେ ଆସୁଛନ୍ତି ।