Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାହା ସ୍ୱାର୍ଥରେ ମିଲେଟ ମିଶନ

ଗୁଡାରି: ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଡାରି, ଚନ୍ଦ୍ରପୁର ଏବଂ ଡାଙ୍ଗସୋରଡା ଭଳି କେତେକ ବ୍ଲକ ରେ ମିଲେଟ ମିଶନ ନାମରେ କୋଟି କୋଟି ଟଙ୍କା ହଡ଼ପ କରୁଥିବା ବେଳେ ଜିଲ୍ଲା ତଥା ରାଜ୍ୟ ସରକାର ଏହାର ତଦନ୍ତ କରିବା ନିହାତି ଆବଶ୍ୟକ। ଚାଷୀ ମାନଙ୍କ ନାମରେ କୁଇଣ୍ଟାଲ ପିଛା ୩୬ ହଜାର ଟଙ୍କା ହିସାବରେ ଟଙ୍କା ପ୍ରଦାନ କରାଯାଉଛି। ସେହି ଚାଷୀମାନେ ଆଉ କେହି ନୁହନ୍ତି ଉକ୍ତ ସଂସ୍ଥାରେ କାମ କରୁଥିବା ପରିବାର ଲୋକେ। ଯେଉଁ ଚାଷୀଙ୍କ ନାମରେ ଟଙ୍କା ଆସେ ତାଙ୍କୁ ମାତ୍ର ଏକ ହଜାର ଟଙ୍କା ଲେଖାଏଁ ଦେଇ ବଳକା ଟଙ୍କା ପ୍ରଭାତ ଏନ ଜି ଓ ର ସମ୍ପାଦକ ସୁରେଶ ମିଶ୍ର ନେଇ ଯାଆନ୍ତି।ଏହି ଅଭିଯୋଗ ସାଧାରଣ ରେ ଚର୍ଚ୍ଚା ହେଉଥିବା ବେଳେ ପ୍ରଶାସନ ଏହାର ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ବିଧାନ କରିବା ଆବଶ୍ୟକ।ପ୍ରାୟ ପନ୍ଦର ହଜାର କୁଇଣ୍ଟାଲ ମାଣ୍ଡିଆର ଟଙ୍କା ଡି ବି ଟି ମାଧ୍ୟମରେ
ଚାଷୀଙ୍କ ନାମରେ ଆସେ ସେହି ଟଙ୍କାକୁ ପ୍ରଭାତ ଏନ ଜି ଓ ର କର୍ମଚାରୀ ମାନେ ପାଖରେ ରହି ସହରର ବିଭିନ୍ନ ଜନସେବା କେନ୍ଦ୍ର ମାନଙ୍କରେ ଉଠାଇ ନେଇଥାନ୍ତି। ଆଉ ଚାଷୀଙ୍କ ହାତରେ ଧରେଇ ଦେଇଥାନ୍ତି ମାତ୍ର ହଜାରେ ଟଙ୍କା। ଏହା ସତ ନା ମିଛ ପ୍ରଶାସନ ଏହାର ତଦନ୍ତ କରନ୍ତୁ। ଏନେଇ ଗତକାଲି ଗୁଡାରି ସକାଳ ପତ୍ରକାର ଏକ ଖବର ପ୍ରକାଶ କରିଥିଲେ। ଏହି ଖବର ପ୍ରକାଶ ହେବାପରେ ସମ୍ପୃକ୍ତ ସଂସ୍ଥା ର ଜଣେ କର୍ମଚାରୀ ନାଲିଆଖି ଦେଖାଇ ବିଭିନ୍ନ ପ୍ରକାର କଥାକହିଥିଲେ। ପ୍ରକୃତରେ ଗୁଡାରି, ଚନ୍ଦ୍ରପୁର, ଡାଙ୍ଗ ସରଡା ରୁ କେତେ ଜଣ ଚାଷୀ ମାଣ୍ଡିଆ ଚାଷ କରିଥିଲେ, କେତେ ମାଣ୍ଡିଆ ଅମଳ ହୋଇଛି, ଆଉ କେତେ ମାଣ୍ଡିଆ ସଂପୃକ୍ତ ସଂସ୍ଥା କିଣିଛି ଆଉ ବିକ୍ରି କରିଛି ତଦନ୍ତ କରାଯାଉ ବୋଲି ସାଧାରଣରେ ଦାବୀ ହୋଇଛି। ଉକ୍ତ ମାଣ୍ଡିଆ ନୂଆ ନା ପୁରୁଣା , କେଉଁ ବର୍ଷର ଅମଳ ହୋଇଛି ଏହା ପରୀକ୍ଷା କରାଯାଉ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ