Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗାଁ ରେ ବୁଲୁଛୁ ହାତୀ, ଉଜାଡୁଛି ଫସଲ

ସମ୍ବଲପୁର:ଗାଁ ରେ ବୁଲୁଛୁ ହାତୀ, ଉଜାଡୁଛି ଫସଲ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାହାମ ପଞ୍ଚାୟତ ଡୁମ୍ବିରୀପଡା ଗାଁରେ।
ସୂଚନା ମତେ ଗତକାଲି ରାତି ପ୍ରାୟ ସାଢେ ଗୋଟିଏ ରୁ ୨ଟା ଭିତରେ ଗାଁ ଭିତରେ ପଶି ଉପେନ୍ଦ୍ର ବେହେରା ଓରଫ ଏମଏଲେଙ୍କ ବାଡ଼ିରେ ପଶି ତରଭୁଜ ଓ କଖାରୁ(ମାଖନ) ଖାଇବା ସହିତ ଦଳି ଚକଟି ନଷ୍ଟ କରି ଦେଇଛି। ହାତୀ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ରଶ୍ମି ନାମକ ଜନୈକ ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ହାତୀ ଗୋଡ଼ାଇ ଆସିବା ବେଳେ ଅଳ୍ପକେ ରଶ୍ମି ହାତୀ କବଳରୁ ରକ୍ଷା ପାଇଯାଇଥିବା କୁହାଯାଉଛି।
ଏଠାରେ ସୂଚନା ଯୋଗ୍ୟଯେ, ଏହି ହାତୀଟି ଗତ ବୁଧବାର ରାତିରେ ମଧ୍ୟ ଏହି ଗାଁରେ ପଶି ଜଣଙ୍କ ଘର ଭାଙ୍ଗି ଧାନ ଖାଇଥିବା ଜଣାପଡିଛି। ଏପରିକି ସେ ଦିନ ସକାଳ ୫ ଟା ବେଳକୁ ନୀଳଡୁଙ୍ଗରି ଟୋଲପ୍ଲାଜା ଦେଇ ଜାତୀୟ ରାଜପଥ ପାରି ହେବା ଭିଡିଓ ବେଶ ଭାଇରାଲ ହୋଇଥିଲା। ହାତୀ ବିତ୍ପାତରେ ବାହାମ ପଞ୍ଚାୟତ ବାସୀ ଅତିଷ୍ଟ ହୋଇଯାଇଥିବା ସତ୍ତ୍ୱେ ବନ ବିଭାଗ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିନପାରିବା ଦୁର୍ଭାଗ୍ୟ ର କାରଣ ସାଜିଛି।