Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୂରଶୁଣ୍ଢୀ ହାଇସ୍କୁଲ ରେ ଏକକ ବ୍ଯବହୃତ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ କ୍ଲଷ୍ଟର ଅନ୍ତର୍ଗତ ରଘୁନାଥ ଉଚ୍ଚ ବିଦ୍ୟାଳୟ ମୁର୍ଷୁଣ୍ଢୀ ରେ ବୁଧବାର ଇକୋ କ୍ଲବ୍ ଆନୁକୁଲ୍ୟରେ ଓଡ଼ିଶା ସରକାର ଙ୍କ ପରିବେଶ ବିଜ୍ଞାନ ଅଧ୍ୟୟନ କେନ୍ଦ୍ର ତରଫରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ସମ୍ପର୍କରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଡିପର୍ସେଣ୍ଟ ର କର୍ମକର୍ତ୍ତା ରାଜେଶ କୁମାର ମହନ୍ତ ପ୍ରୋଜେକ୍ଟ ଡାଇରେକ୍ଟର , ସତ୍ୟରଞ୍ଜନ ଦାସ ଏବଂ ସୁଶାନ ଶାନ୍ତ ଲେଙ୍କାଙ୍କ ଉପସ୍ଥିତିରେ ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ପ୍ରଥମେ ଏକ ଶପଥ ପାଠ କରାଯାଇଥିଲା l ପରେ ଏକ ସଚେତନ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିଥିଲା l ଏଥିରେ ଲୋକମାନଙ୍କୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ର ନିରାକରଣ ସମ୍ପର୍କରେ ସଚେତନ କରା ରାଯାଇଥିଲା । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ଲାଷ୍ଟିକ ମୁକ୍ତ ସମ୍ପର୍କରେ ଏବଂ ପ୍ରବନ୍ଧ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା l ଚିତ୍ରାଙ୍କନ ରେ ପ୍ରଥମ ରେ ଥିଲେ ପ୍ରିୟଙ୍କା ପ୍ରିୟଦର୍ଶନୀ ନାଏକ , .ଦ୍ୱିତୀ୍ୟ ଚୁମକି ସାହୁ , ତୃତୀୟ ରେ ଶ୍ରେୟାରାନୀ ପଧାନ ରହିଥିବାବେଳେ, ପ୍ରବନ୍ଧ ପ୍ରତିଯୋଗିତା ରେ ପ୍ରଥମ ଜୁଲି ମେଣ୍ଡିଲି ଦ୍ୱତୀୟ ସୃତିମୟୀ ସାହୁ , ତୃତୀୟ ପ୍ରିୟଙ୍କା ସାହୁ ରହିଥିଲେ l ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହିତ ଖାତା କଲମ ବଣ୍ଟନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଳିଆ କର୍ମୀଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ଯକ୍ରମରେ ସଭାର ଆଭିମୁଖ୍ୟ ସହିତ ପ୍ଲାଷ୍ଟିକ ର ବିକଳ୍ପ ଭାବରେ କେମିତି ପରିବେଶ ଉପଯୋଗୀ ଜିନିଷ ବ୍ୟବହାର କରିବା ସମ୍ପର୍କରେ ଆଲୋଚନା କରିଥିଲେ । ଏଥୁରେ ବରିଷ୍ଠା ଶିକ୍ଷୟିତ୍ରୀ ରଶ୍ମିତା ପଣ୍ଡା ସ୍ବାଗତ ଭାଷଣ ରଖୁବା ସହିତ ପ୍ରଥମେ ନିଜ ଘରୁ ଏବଂ ଗ୍ରାମରୁ ହିଁ ପ୍ଲାଷ୍ଟିକ ମୁକ୍ତ କରିବା ସମ୍ପର୍କରେ ମତ ରଖୁଥୁଲେ l ପରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ସହକାରୀ ଶିକ୍ଷକ ନୀଳାମ୍ବର ମେହେର ସଭା ପରିଚାଳନା କରିଥିଲେ । ସଭା ପରିଶେଷରେ ସଚ୍ଚିଦାନନ୍ଦ ବରିହାଙ୍କ ଦ୍ବାରା ଏନର୍ଜିକ୍ଳବ୍ ସମ୍ପର୍କରେ ଆଲୋଚନା କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ