ବ୍ରହ୍ମପୁର: ଏପ୍ରିଲ ୩ ତାରିଖରୁ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ଯାତ୍ରା । ବୁଢୀ ଠାକୁରାଣୀ ଯାତ୍ରା ପାଇଁ ଆସିଲା ଶୁଭ ଖୁଣ୍ଟି । ଏପ୍ରିଲ୍ ୨୮ ତାରିଖ ଯାଏଁ ଚାଲିବ ଯାତ୍ରା । ଠାକୁରାଣୀ ଯାତ୍ରା ପାଇଁ ଗତକାଲି ମଧ୍ୟରାତ୍ରୀରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି ।
ଏଥିପାଇଁ ପାରମ୍ପରିକ ତୁରୀ, ମହୁରୀ ଓ ଢୋଲରେ କମ୍ପୁଥିଲା ସାରା ଅଞ୍ଚଳ । ଶୁଭଖୁଣ୍ଟି ସ୍ଥାପନ ନେଇ ଗତକାଲି ସକାଳେ ପାରମ୍ପରିକ ଧେଣ୍ଡୁରା ମାରି ଅଞ୍ଚଳରେ ଲୋକଙ୍କୁ ଜଣାଇ ଦିଆଯାଇଥିଲା ।
ମଧ୍ୟରାତ୍ରରେ ପାରମ୍ପାରିକ ବାଦ୍ୟ ତୂରୀ ଓ ମହୁରୀ ବାଜାରେ ପ୍ରକମ୍ପିତ ହୋଇଥିଲା ଅଞ୍ଚଳ । ପରେ ମା’ଙ୍କୁ ଆମନ୍ତ୍ରଣ ପାଇଁ ହଜାର ହଜାର ଭକ୍ତ ଶୁଭ ଖୁଣ୍ଟି ସହ ବୁଢୀ ଠାକୁରାଣୀ ମନ୍ଦିରକୁ ଯାଇ ମାଆଙ୍କୁ ନିମନ୍ତ୍ରଣ ଦେଇଥିଲେ । ଆଉ ରାତି ପ୍ରାୟ ଗୋଟାଏ ୩୦ ମିନିଟରେ ମା’ଙ୍କ ଶୁଭ ଖୁଣ୍ଟି ଦେଶୀ ବେହେରାଙ୍କ ଘର ଆଗରେ ସ୍ଥାପନ କରାଯାଇଥିଲା ।