Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇପିଏଲରୁ ୨ ବର୍ଷ ପାଇଁ ବ୍ୟାନ ହେଲେ ହ୍ୟାରି ବ୍ରୁକ୍

ନୂଆଦିଲ୍ଲୀ: ଇଂଲଣ୍ଡର ଷ୍ଟାର ବ୍ୟାଟସମ୍ୟାନ୍ ହ୍ୟାରି ବ୍ରୁକ୍ ଆଇପିଏଲର ଆଗାମୀ ସିଜିନରୁ ନିଜ ନାମ ପ୍ରତ୍ୟାହାର କରିବାରୁ ତାଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରାଯାଇଛି।

ଗତ ବର୍ଷର ମେଗା ନିଲାମରେ ହ୍ୟାରି ବ୍ରୁକଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୬.୨୫ କୋଟି ଟଙ୍କାରେ କିଣିଥିଲା।ଇଂଲଣ୍ଡର ଘରୋଇ ସିଜିନ୍ ଉପରେ ଧ୍ୟାନ ଦେବା ପାଇଁ ବ୍ରୁକ୍ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡ ଦଳର ପ୍ରଦର୍ଶନ ବହୁତ ଖରାପ ଥିଲା। ଯଦିଓ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ହ୍ୟାରି ଭଲ ଫର୍ମରେ ରହିଛନ୍ତି ତଥାପି ସେ ଆଇପିଏଲ୍ ୨୦୨୫ ଓ ଆଇପିଏଲ୍ ୨୦୨୬ରେ ଅଂଶଗ୍ରହଣ କରିପାରିବେ ନାହିଁ।

ମେଗା ନିଲାମ ପୂର୍ବରୁ ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ ନୂତନ ନିୟମ ଘୋଷଣା କରିଥିଲା, ଯାହା ମଧ୍ୟରୁ ଗୋଟିଏ ଥିଲା ଯେ ନିଲାମରେ ମନୋନୀତ ହେବା ପରେ କୌଣସି ଖେଳାଳି ଦଳ ଛାଡିଲେ ତାଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରାଯିବ। ତେବେ ପୂର୍ବରୁ ମଧ୍ଯ ହ୍ୟାରି ବ୍ରୁକ୍ ଆଇପିଏଲ ୨୦୨୪ରେ ଅଂଶଗ୍ରହଣ କରିନଥିଲେ। ପାରିବାରିକ କାରଣରୁ ସେ ଟୁର୍ଣ୍ଣାମେଣ୍ଟ ଆରମ୍ଭର କିଛି ଦିନ ପୂର୍ବରୁ ତାଙ୍କ ନାମ ପ୍ରତ୍ୟାହାର କରିନେଇଥିଲେ।