Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୀଲଡୁଙ୍ଗୁରୀ ଜାତୀୟ ରାଜପଥରେ ହାତୀ, ସନାତନପାଲିରେ କଲା ଉପଦ୍ରଵ

ସମ୍ବଲପୁର :ଗତ ରାତିରେ ଯୁଯୋମୁରା ବ୍ଲକ୍ ଅନ୍ତର୍ଗତ ସନାତନପାଲି ଠାରେ ହାତୀ ଉପଦ୍ରବ କରି ଗ୍ରାମର ଅନାଦି ପ୍ରଧାନଙ୍କ ତରଭୁଜ ଚାଷକୁ କ୍ଷୟକ୍ଷତି କରିଥିବା ନେଇ ସୁଚନା ମିଳିଛି।
ଏ‌ହାପରେ ଆଜି ସକାଳ ୫ଟା ୪୫ ମିନିଟ ସମୟରେ ଜାତୀୟ ରାଜପଥ ପାରିହୋଇ ସନାତନପାଲି ଠାରୁ ନିଲଡୁଙ୍ଗୁରୀ ପଟକୁ ଯାଇଥିବା ନେଇ ସୁଚନା ମିଳିଛି। ତେବେ ଏହି ୨ ଗୋଟି ବଣୁଆ ହାତୀ ଜାତୀୟ ରାଜପଥ ପାରି ହେଉଥିବା ବେଳେ ବନବିଭାଗ କର୍ମଚାରୀ ମାନେ ଏମାନଙ୍କର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲେ।
ନୀଳଡୁଙ୍ଗରି ଟୋଲପ୍ଲାଜା ନିକଟ ରାଜପଥ ହାତୀ ମାନଙ୍କ ଚଲାପଥ ହୋଇଥିବାରୁ ଏହି ରାସ୍ତା ଆଜି ନହେଲେ କାଲି ବିପଦକୁ ଟାଣି ଆଣିବା ସମ୍ଭାବନା ରହିଛି। ତେଣୁ ଏଠାରେ ଜାତୀୟ ରାଜପଥର ଡିଜାଇନ ବଦଳାଇ ହାତୀଙ୍କ ପାଇଁ ଅଣ୍ଡର ବାଇପାସ ରାସ୍ତା ନିର୍ମାଣ କରିବାକୁ ବାରମ୍ବାର ଦାବି ହୋଇ ଆସୁଛି। ଏହାକୁ ଅଣଦେଖା କରି ଜାତୀୟ ରାଜପଥ ପ୍ରାଧିକରଣ ଯେଉଁ ଭୁଲ କରିଛନ୍ତି ତାହା ଅକ୍ଷମଣୀୟ। ଗୌଡ଼ପାଲି ନିକଟସ୍ଥ ଖସୁପାଲି ନୁହେଁ ବରଂ ନୀଳଡୁଙ୍ଗରିରେ ହାତୀଙ୍କ ଚଲାପଥ ଥିବାରୁ ଏଠାରେ ହିଁ ଅଣ୍ଡରବାଇପାସ ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରି ଏନଏଚଆଇ ପିଡିଙ୍କୁ ମଧ୍ୟ୍ୟ ଦାବି ପତ୍ର ଦେଇଥିଲେ। ଭବିଷ୍ୟତକୁ ଆଖି ଆଗରେ ରଖି ପ୍ରାଣୀ ଧନ ଓ ମାନବ ଜୀବନ ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଶାସନିକ ତତ୍ପରତା ପ୍ରକାଶ କରି ନୀଳଡୁଙ୍ଗରୀ ଠାରେ ଅବିଳମ୍ଭେ ଅଣ୍ଡରବାଇପାସ ରାସ୍ତା ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ