Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳ ମହୋତ୍ସବ ପାଇଁ ମଶାଲ ଓ ମାସ୍କଟ ର ଶୁଭାରମ୍ଭଜିଲ୍ଲାର ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା

ବାଲିଗୁଡା ,୧୩/୦୩ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଚଳିତ ମାସ ମାର୍ଚ୍ଚ ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପଲ୍ଲୀଶ୍ରୀ ମେଳା ଓ କନ୍ଧମାଳ ମହୋତ୍ସବ ପରିପ୍ରେକ୍ଷୀରେ ମଶାଲ ଓ ମାସ୍କଟ ର ଶୁଭାରମ୍ଭ ହୋଇଛି । ଆଦିମ ଜନଜାତି କୂଟିଆ ଆଦିବାସୀ ମାନଙ୍କ ଉତ୍ପତ୍ତି ସ୍ଥଳ ତୁମୁଡିବନ୍ଧ ବ୍ଲକ ର ଗୁମା ପଞ୍ଚାୟତ କ୍ରଞ୍ଜା ନିକଟ ଜଙ୍ଗଲ ମଧ୍ୟରେ ରହିଥିବା ସପାଙ୍ଗଡା ରୁ ପୂଜା ପାଠ ହୋଇ ଶୁଭାରମ୍ଭ ହୋଇଛି । କୂଟିଆ ଜନଜାତି ର ରୀତିନୀତି ରେ ଦିଶାରୀ ପୂଜା ପାଠ କରି ଶୁଭାରମ୍ଭ କରିଥିଲା । ମଶାଲ ଓ ମାସ୍କଟ କୁ ସ୍ଥାନୀୟ ପାରମ୍ପରିକ ନାଚ ଗୀତ ଓ ବାଦ୍ୟ ଯନ୍ତ୍ର ମାଧ୍ୟମରେ ସ୍ଵାଗତ କରାଯାଇ ବେଲଘର କୂଟିଆ ଜନଜାତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆଣିବା ପରେ ତୁମୁଡିବନ୍ଧ, କୋଟଗଡ ଓ ବାଲିଗୁଡା ବ୍ଲକ ରେ ପ୍ରବେଶ କରିଥିଲା। ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ରୁ ସ୍ଵାଗତ କରାଯିବା ସହ ମିନି ଷ୍ଟାଡିୟମ କୁ ଆଣି ରଖାଯାଇଥିଲା l ପରେ ପରେ କ.ନୂଆଗାଁ ବ୍ଲକ ଧୂଙ୍ଗିଆଦେଇ ଠାକୁରାଣୀଙ୍କ ପାଖରେ ପୂଜା ଅର୍ଚନା ପରେ ବ୍ଲକ ବିଡିଓ ଶୁଭ୍ରାଞ୍ଜଳି ପ୍ରଧାନ, ପଞ୍ଚାୟତ କାର୍ଯ୍ୟ ନିବାହୀ ଅଧିକାରୀ କେଶବ ଚନ୍ଦ୍ର କାମ୍ପୋ, ଶୁଭମ ମହାପାତ୍ର, ନିର୍ବାହୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ସେଠି ଙ୍କ ସମେତ ବ୍ଲକର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶିମାଝି, ବ୍ଲକ ଅଧକ୍ଷା ସୁଲୋଚନା ଦଳବେହରା ଏବଂ ବିଭିନ୍ନ ଏସଏସଜି ମହିଳା ସଂଗଠକ ସଭ୍ୟା ପ୍ରମୁଖ ଉପସ୍ଥିତ ରହିବା ସହ ପାରମ୍ପରିକ ନୃତ୍ୟ ଡାକୁଲ (ସିଂଘ ନାଚ),ଢୋଲ, ନିଶାନ,ତାସା ସହ ଏକ ବାଇକ ରାଲି କରି ଏକ ରାଲି ଓ ପୂଜାଅର୍ଚନା କରି ବ୍ଲକ ଅଞ୍ଚଳରୁ ବିଦାୟ ନେଇ ଥିବାବେଳେ ଜିଲ୍ଲାର ୧୨ ବ୍ଲକରେ ମଶାଲ ଓ ମାସ୍କଟ ବୁଲିବା ସହ କନ୍ଧମାଳ ମହୋତ୍ସବ ର ବାର୍ତ୍ତା ପହଞ୍ଚାଇବା ସହ କିଭଳି କନ୍ଧମାଳ ମହୋତ୍ସବ ସୁରୁଖୁରୁରେ ଅନୁଷ୍ଠିତ ହୋଇ ଶେଷ ହେବ, ସେ ନେଇ ଶୁଭ ମନାସିଥିଲେ l ଜିଲ୍ଲାର ୧୨ ବ୍ଲକରେ ମଶାଲ ଓ ମାସ୍କଟ ବୁଲିବା ସହ କନ୍ଧମାଳ ମହୋତ୍ସବ ର ବାର୍ତ୍ତା ପହଞ୍ଚାଇବ ।