କୁମାରକେଲୀ ହାଇସ୍କୁଲ ରେ ପ୍ଲାଷ୍ଟିକ୍ ବର୍ଜନ ପାଇଁ ସଚେତନତା କାର୍ଯ୍ୟକ୍ରମ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୁମାରକେଲୀ ସ୍ଥିତ ଭୀମ ଭୋଇ ଜନ୍ମ ଗ୍ରାମ ହାଇସ୍କୁଲ ର ଇକୋ କ୍ଲବ ତରଫରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପରିସରରେ ଏ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପ୍ରଧାନ ଶିକ୍ଷକ ଜୟରାମ ତ୍ରିପାଠୀ ଙ୍କ ସଭାପତିତ୍ବରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଇକୋ କ୍ଲବ ଶିକ୍ଷକ ବାଚସ୍ପତି ପଣ୍ଡା ଙ୍କ ନେତୃତ୍ବରେ ଛାତ୍ରଛାତ୍ରୀ ମାନେ ସବୁଜ ଶପଥ ଗ୍ରହଣ କରିଥିଲେ। ପରେ ଛାତ୍ରଛାତ୍ରୀ ମାନେ ଗ୍ରାମବାସୀ ମାନଙ୍କୁ ସଚେତନ କରାଇବା ପାଇଁ ଏକ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ରେ ସ୍କୁଲ ର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।