ହୋଲି ଖେଳିବା ପରେ କାନରେ ପଶିଥିବା ରଙ୍ଗ କେମିତି ଛଡ଼ାଇବେ ?


ଭୁବନେଶ୍ବର: ହୋଲି ଖେଳିବା ବେଳେ ସାରା ଦେହରେ ରଙ୍ଗ ଲାଗିଥାଏ । ବିଶେଷ କରି କାନରେ ରଙ୍ଗ ପଶିଥାଏ । କାନରୁ ରଙ୍ଗ କାଢ଼ିବା ବଡ଼ କଷ୍ଟକର କାମ । କାନରେ ଲାଗିଥିବା ରଙ୍ଗ ଅନେକ ଦିନ ପର୍ଯ୍ୟନ୍ତ ସଫା ହୋଇ ନଥାଏ । ଫଳରେ କାନ ଅସୁନ୍ଦର ଲାଗେ । ବାସ୍ତବରେ, କାନର ଚର୍ମ ହେଉଛି ଖୁବ୍ ସମ୍ବେଦନଶୀଳ । ଯଦି ଏହାକୁ ସଫା କରିବା ବେଳେ ଅସାବଧାନ ହୁଏ ତେବେ କାନ ଜ୍ୱଳନ, କୁଣ୍ଡେଇ ହେବା କିମ୍ବା ସଂକ୍ରମଣ ହେବାର ଆଶଙ୍କା ଦେଖାଯାଏ ।

ଅନେକ ଲୋକ କାନରୁ ରଙ୍ଗ ଛଡାଇବା ପାଇଁ କଠିନ ସ୍କ୍ରବିଂ କିମ୍ବା ରାସାୟନିକ ପଦାର୍ଥ ବ୍ୟବହାର କରନ୍ତି । ଯାହା ବହୁତ କ୍ଷତିକାରକ ହୋଇଥାଏ । ଯଦି ହୋଲି ରଙ୍ଗ ଆପଣଙ୍କ କାନରେ ଲାଗିଛି ଏବଂ ସହଜରେ ଛାଡୁ ନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ ।

ଏଠାରେ ଆମେ ଆପଣଙ୍କୁ କିଛି ସହଜ ଏବଂ ନିରାପଦ ଘରୋଇ ଉପଚାର ବିଷୟରେ କହୁଛୁ, ଯାହା ଦ୍ୱାରା ମାତ୍ର କିଛି ମିନିଟରେ ଆପଣଙ୍କ କାନକୁ ଭଲ ଭାବେ ସଫା କରିପାରିବେ । ଆସନ୍ତୁ ସେ ସବୁ ବିଷୟରେ ଜାଣିବା।

ନଡିଆ କିମ୍ବା ଅଲିଭ୍ ତେଲ

କାନରୁ ରଙ୍ଗ ଛଡାଇବା ପାଇଁ ସବୁଠାରୁ ସୁରକ୍ଷିତ ଉପାୟ ହେଉଛି ନଡ଼ିଆ କିମ୍ବା ଅଲିଭ୍ ତେଲ । ଏକ ତୁଳାରେ ଅଳ୍ପ ତେଲ ନିଅନ୍ତୁ ଏବଂ ଏହାକୁ କାନରେ ଧୀରେ ଧୀରେ ଲଗାନ୍ତୁ । ତେଲ ରଙ୍ଗକୁ ଛଡାଇବାରେ ସାହାଯ୍ୟ କରେ । ଏହି ଉପାୟରେ ଆପଣ ଖୁବ୍ ସହଜରେ କାନରୁ ରଙ୍ଗ ଛଡାଇପାରିବେ ।

ଗ୍ଲିସରୀନ୍ ବ୍ୟବହାର

ଗ୍ଲିସରୀନ୍ କେବଳ ଚର୍ମକୁ ମଶ୍ଚରାଇଜ୍ କରିବାରେ ସାହାଯ୍ୟ କରେ ନାହିଁ ବରଂ ରଙ୍ଗ ଛଡାଇବାରେ ମଧ୍ୟ ସାହାଯ୍ୟ କରେ । କାନରେ ରଙ୍ଗ ଲାଗିଥିବା ସ୍ଥାନରେ ଅଳ୍ପ ବୁନ୍ଦା ଗ୍ଲିସରୀନ୍ ଲଗାନ୍ତୁ । ଏହାକୁ ୫-୧୦ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ପରେ ହାତରେ ସଫା କରନ୍ତୁ ।

ଦହି ଏବଂ ବେସନ୍

ଦହି ଓ ବେସନକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ କାନର ବାହାର ଅଂଶରେ ଲଗାନ୍ତୁ । କିଛି ମିନିଟ୍ ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହା ରଙ୍ଗକୁ ଦୂର କରେ ଓ ଚର୍ମକୁ ନରମ ରଖେ ।

ବେବୀ ଅଏଲ୍ ବ୍ୟବହାର

ଯଦି ରଙ୍ଗ ଅଧିକ କଡା ହୋଇଥାଏ ତେବେ ତୁଳା ଉପରେ କିଛି ବୁନ୍ଦା ବେବୀ ଅଏଲ୍ ନେଇ ଏହାକୁ କାନରେ ଲଗାନ୍ତୁ । ପରେ ହାତରେ ସଫା କରନ୍ତୁ । ଏହା ରଙ୍ଗକୁ ସହଜରେ ଛଡାଇବାରେ ସାହାଯ୍ୟ କରେ ।

ସ୍କ୍ରବିଂରୁ ଦୂରେଇ ରୁହନ୍ତୁ

ହାର୍ଡ ସ୍କ୍ରବିଙ୍ଗ୍ ଦ୍ୱାରା କାନ ଚର୍ମରେ ଯନ୍ତ୍ରଣା ବା ଦାଗ ସୃଷ୍ଟି ହୋଇପାରେ । ତେଣୁ ସବୁ ବେଳେ କେବଳ କୋମଳ ପଦ୍ଧତି ବ୍ୟବହାର କରନ୍ତୁ ।

ତେଣୁ କାନରୁ ହୋଲି ରଙ୍ଗ ଛଡାଇବାକୁ, ରାସାୟନିକ ପଦାର୍ଥରୁ ଦୂରେଇ ରୁହନ୍ତୁ । ଏହି ଉପାୟରେ ନିରାପଦ ଘରୋଇ ଉପଚାର ଗ୍ରହଣ କରନ୍ତୁ । ଏହାଦ୍ୱାରା ଆପଣ କୌଣସି କ୍ଷତି ନକରି କାନକୁ ସହଜରେ ସଫା କରିପାରିବେ ।