Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଭିନେତ୍ରୀ ରନ୍ୟା ରାଓଙ୍କ ବାପାଙ୍କୁ ବାଧ୍ୟତାମୂଳକ ଛୁଟି

ବେଙ୍ଗାଲୁରୁ: କନ୍ନଡ ଅଭିନେତ୍ରୀ ରନ୍ୟା ରାଓଙ୍କ ସହ ଜଡିତ ସୁନା ଚୋରା ଚାଲାଣ ମାମଲା ଦିନକୁ ଦିନ ନୂଆ ତଥ୍ଯ ମିଳିବାରେ ଲାଗିଛି। ଏହି ଘଟଣାରେ ତିନୋଟି କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଏହି ମାମଲାର ତଦନ୍ତ କରୁଛନ୍ତି।

ଏହି ସମୟରେ କର୍ଣ୍ଣାଟକ ସରକାର ଶନିବାର ତାଙ୍କ ବାପା ତଥା ଡିଜିପି (କର୍ଣ୍ଣାଟକ ପୋଲିସ ହାଉସିଂ କର୍ପୋରେସନ) ରାମଚନ୍ଦ୍ର ରାଓଙ୍କୁ ‘ବାଧ୍ୟତାମୂଳକ ଛୁଟି’ରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଝିଅର ଏଭଳି କାରନାମା ପରେ ରାମଚନ୍ଦ୍ରଙ୍କ ଉପରେ ସରକାର ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣା ପଡିଛି ।

ରିପୋର୍ଟ ଅନୁସାରେ ମାର୍ଚ୍ଚ 3 ତାରିଖରେ ଦୁବାଇରୁ ୧୪.୨ କିଲୋଗ୍ରାମ ସୁନା ଚୋରା ଚାଲାଣ କରିବାକୁ ଚେଷ୍ଟା କରୁଥିବା ବେଳେ ରନ୍ୟାଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରେ ଡିଆରଆଇ ଅଧିକାରୀମାନେ ଅଟକାଇଥିଲେ। ପରେ ତାଙ୍କ ଠାରୁ ଯାଞ୍ଚ ବେଳେ ସୁନା ମିଳିଥିଲା।ଏହି ସୁନାର ଆନୁମାନିକ ମୂଲ୍ୟ ୧୨.୫୬ କୋଟି ଟଙ୍କା ବୋଲି କୁହାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ