Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିନକୁ ଦିନ ଆକାଶ ଛୁଆଁ ହେଉଛି ସୁନା ଦର

ଭୁବନେଶ୍ୱର: ଦିନକୁ ଦିନ ଆକାଶ ଛୁଆଁ ହେଉଛି ସୁନା ଦର । ଏହାରିଭିତରେ ରେକର୍ଡ ଭାଙ୍ଗିଛି ସୁନା ଦର। ଏହାରି ଭିତରେ ରେକର୍ଡ ଭାଙ୍ଗିଛି ସୁନା ଦର। ସୁନା ଦର ୧୦ ଗ୍ରାମ ପିଛା ବର୍ତ୍ତମାନ ୯୧ ହଜାର ଟଙ୍କା ଛୁଇଁ ସାରିଲାଣି। ଏହି ଦର ବର୍ତ୍ତମାନ ଓଡିଶାରେ ନୁହେଁ ବରଂ ନାସିକ ଏବଂ ଜଳଗାଓଁରେ ରହିଛି। ତେବେ ଶନିବାର ସୁଦ୍ଧା ୧୦ ଗ୍ରାମ ସୁନାର ବଜାର ମୂଲ୍ୟ ଟିକସ ସମେତ ୯୧,୦୫୨ ଟଙ୍କା ଥିଲା। ଶୁକ୍ରବାର ଏହା ୯୧,୬୦୦ ଥିଲା।

ବାଣିଜ୍ୟ ଉପରେ ଆମେରିକାର କାର୍ଯ୍ୟାନୁଷ୍ଠାନ ସମେତ ଅନ୍ତର୍ଜାତୀୟ ବିକାଶର ପ୍ରତିକ୍ରିୟାରେ ବଜାର ମୂଲ୍ୟ ବୃଦ୍ଧି ପାଉଛି। ଅପରପକ୍ଷ ରେ ଭୁବନେଶ୍ବରରେ ପ୍ରମୁଖ ସୋରୁମ୍‌ଗୁଡ଼ିକରେ ଆଜି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୮୯ ,୮୧୦ ଟଙ୍କା‌ରେ ପହଞ୍ଚିଛି। ସେହିଭଳି ୨୨ କ୍ୟା‌ରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୮୪,୦୮୦ ଟଙ୍କା ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories