Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ସୃଷ୍ଟି ହେବ ଲଘୁଚାପ; ୯ ପରେ ବାତ୍ୟା ସମ୍ଭାବନା

ଭୁବନେଶ୍ୱର : ଆଜି ଲଘୁଚାପରେ ପରିଣତ ହୋଇପାରେ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ। ୯ ତାରିଖରେ ଅବପାତରେ ପରିଣତ ହେବ ଲଘୁଚାପ। ଏହାପରେ ବାତ୍ୟା ରୂପ ନେଇପାରେ। ୯ ତାରିଖ ପରେ ବାତ୍ୟା ଆଶଙ୍କା ରହିଥିବା ଆକଳନ କରାଯାଉଛି।

ତେବେ ଏହା କେବେ ବାତ୍ୟାର ରୂପ‌ ନେବ ଏବଂ କେଉଁଠି ସ୍ଥଳଭାଗ ଛୁଇଁବ ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ । କିନ୍ତୁ ଓଡ଼ିଶା ପାଇଁ ବାତ୍ୟା ଭୟ ନଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବର୍ତ୍ତମାନର ଆକଳନ ଅନୁସାରେ, ବାତ୍ୟା କେନ୍ଦ୍ରୀୟ ବାଙ୍ଗୋପ ସାଗର ଦେଇ ଗତି କରିବାର ସମ୍ଭାବନା ରହିଛି । ଆଣ୍ଡାମାନ ନିକୋବରରେ ୮ ରୁ ୧୨ ତାରିଖ ଯାଏଁ ସତର୍କତା ଜାରି କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ