Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଉଜ ଭାଇଙ୍କୁ ଜୀବନରେ ମାରିଦେବା ଅଭିଯୋଗରେ ଦିଅର କୋର୍ଟ ଚାଲାଣ

ଜମନକିରା : ଜମନକିରା ଥାନା ମହାଲିଙ୍ଗକୁଦର ର ଉଗ୍ରେସନ କିଷାନ (୩୫) ବଡ ଭାଇ ଓ ଭାଉଜଙ୍କୁ ନିଶା ସେବନ କରି ଟାଙ୍ଗିଆରେ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ ହାଜତକୁ ପଠେଇ ଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏନେଇ ଜମନକିରା ଥାନା କେସ ନ.୪୯/୨୫(୧୨୬(୨)/୧୧୫(୨)/୧୧୮(୧)/୩୫୧(୨)/୧୦୯(୧)ରେ ମାମଲା ରୁଜୁ କରାଯାଇଛି।
ପୋଲିସର ସୂଚନା ଅନୁଯାଇ, ମହାଲିଙ୍ଗକୁଦର ଗାଁର ଶୋଭାରାମ କିସାନ ତାଙ୍କ ସ୍ତ୍ରୀ ସୁଷମା ଙ୍କ ସହ ରୁହନ୍ତି। ଘଟଣା ୧୫ ତାରିଖ ଦିନ ସ୍ତ୍ରୀ ସୁଷମା ଙ୍କ ଅଭିଯୋଗ କ୍ରମେ, ତାଙ୍କ ଦିଅର ପ୍ରାୟ ସବୁ ଦିନେ ନିଶା ସେବନ କରି ହଇରାଣ ହରକତ କରେ। ଏହା ସୁଷମା ତାଙ୍କ ସ୍ଵାମୀ ଶୋଭାରାମ ଙ୍କୁ କହିବା ପରେ ଉଭୟ ସେହି ଜାଗାରୁ ପଳେଇ ଯାଇ ଅନ୍ୟ ଜାଗାରେ ଘର କରି ରହୁଥିଲେ। ଘଟଣା ଦିନ ଉକ୍ତ ଦିଅର ପୁନର୍ବାର ଯାଇ ସୁଷମା କୁ ଗାଳି ଗୁଲଜ କରିଥିଲା। ସ୍ବାମୀ ଆସିବା ପରେ ସୁଷମା ଏସବୁ ଘଟଣା କହିବାରୁ ସ୍ବାମୀ ତା ସାନଭାଇ ଉଗ୍ରେସନ ପାଖକୁ ଯାଇ ଚେତାବନୀ ଦେଇ ପଳେଇ ଆସିଥିଲେ। ଏହାକୁ ରାଗ ରଖି ଉଗ୍ରସେନ ଏକ କୁରାଢି ହାତରେ ଧରି ବଡ ଭାଇ ଘର କୁ ଯାଇ ଆକ୍ରମଣ ଉଦ୍ୟମ କରିଥିଲା। ଏହି ସମୟରେ ସୁଷମା ଛଡାଇବା ପାଇଁ ଯାଇ ମଝିରେ ଛିଡ଼ା ହେଇ ଯିବା ବେଳେ କୁରାଢି ଟି ସୁଷମା ବାମ ହାତରେ ବାଜି କ୍ଷତାକ୍ତ ହୋଇଥିଲା। ପରେ ଚିକିତ୍ସା ହେବା ପରେ ଥାନାରେ ଲିଖିତ ଅଭିଯୋଗ ପରେ ଆଜି ପୋଲିସ ଅଭିଯୁକ୍ତ ଉଗ୍ରସେନ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।