୧୩ତମ ଅଭିଷେକ ପଟ୍ଟନାୟକ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ


ସମ୍ବଲପୁର:ଲକ୍ଷ୍ମୀନାରାୟଣ କ୍ରିକେଟ୍ କ୍ଲବ୍ ଆନୁକୁଲ୍ୟ ରେ ତା ୧୬.୩.୨୦୦୫ ରିଖ ରବିବାର ଦିନ ୧୩ତମ ଅଭିଷେକ୍ ପଟ୍ଟନାୟକ ସ୍ମାରକୀ ଏକ ଦିବସୀୟ ଦିବାରାତ୍ର ଗଳି କ୍ରିକେଟ୍ ପ୍ରତିଯୋଗିତା ସମ୍ବଲପୁର ରେଲୱେ ଷ୍ଟେଡିଅମ ଠାରେ ଆୟୋଜିତ ହୋଇଥିଲା । ସମ୍ବଲପୁର ଜିଲ୍ଲାକ୍ରୀଡ଼ାସଂଘ ର ସମ୍ପାଦକ ଅଧ୍ୟାପକ ସୁନିଲ କୁମାର ସାହୁ ଙ୍କ ଦ୍ୱାରା ଉଦଘାଟିତ ଏହି କ୍ରୀଡା ସମାବେଶ ରେ ମିଷ୍ଟ୍ରିୟସ୍ ବଏଜ୍, ସୁପର୍ କିଙ୍ଗ୍, ହିଟ୍ ସିକର୍ ଓ ଏଲ୍ ଏନ୍ ସି ସି ଟିମ୍ ଭାଗ ନେଇଥିଲେ । ଲିଗ୍ ମେଚ୍ ଆଠ ବିଶିଷ୍ଟ ହୋଇଥିବା ବେଳେ ଫାଇନଲ୍ ଖେଳ ଛଅ ଅଭର୍ ଖେଳା ଯାଇଥିଲା । ଫାଇନଲ ମେଚ଼ ମିଷ୍ଟ୍ରିୟସ୍ ବଏଜ୍ ଓ ସୁପର କିଙ୍ଗ୍ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସୁପରକିଙ୍ଗ୍ ଟିମ୍ ଛଅ ଅଭର୍ ରେ ୯ ଉଇକେଟ୍ ହରାଇ ୪୪ ରନ୍ ସଂଗ୍ରହ କରିପାରିଥିବା ବେଳେ ମିଷ୍ଟ୍ରିୟସ୍ ବଏଜ୍ ତିନି ଅଭର୍ ରେ ଗୋଟିଏ ଉଇକେଟ୍ ହରାଇ ୪୫ ରନ୍ କରି ବିଜୟୀ ହୋଇଥିଲେ । ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଭିମସାର୍ ର ସହକାରୀ ପ୍ରଫେସର ସଞ୍ଜିବ କୁମାର ମିଶ୍ର ସମ୍ମାନୀତ ଅତିଥି ଭାବେ ଇଞ୍ଜିନିଅର୍ ଅନିଲ୍ ପାଣିଗ୍ରାହୀ ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ ଦୀପେନ୍ କୁମାର୍ ପଟ୍ଟନାୟକ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଶ୍ରେଷ୍ଟ ବଲର୍ ଓ ମେନ୍ ଅଫ୍ ଦି ସିରିଜ୍ ଭାବେ ବିପୁଲ୍, ବେଷ୍ଟ ଫିଲ୍ଡର ଭାବେ ସଞ୍ଜୟ ଓ ଶ୍ରେଷ୍ଠ ବେଟ୍ସ ମେନ୍ ଭାବରେ ପ୍ରିତିଶ୍ ପୁରସ୍କୃତ ହୋଇଥିଲେ । ଟୁର୍ଣ୍ଣାମେଣ୍ଟ ଟି ଏଲ୍ ଏନ୍ ସି ସି ର ସଭାପତି ତାପସ୍ ପୂଜାରୀ ଓ ସମ୍ପାଦକ ସୁଶାନ୍ତ ମହାକୁଡ଼ ଙ୍କ ଦ୍ବାରା ପରିଚାଳିତ ହୋଇଥିବା ବେଳେ ରିତେନ୍ ପଟ୍ଟନାୟକ, ସମିର ପୃଷ୍ଟି, ସମୀର ଶାହାଣୀ, ନିରଞ୍ଜନ ଶେଠ, ଶିବ ନାରାୟଣ ମିଶ୍ର, ଯୁଗଳ ରାଜହଂସ, ଉଦୟ ମେଣ୍ଡୁଳି, ସୁବ୍ରତ ନାୟକ ଓ କ୍ଷିତିଶ ବିଶ୍ୱାଳ ସହଯୋଗ କରିଥିଲେ ।