ଗାଡ଼ି ସାଇଟ ମରାକୁ କେନ୍ଦ୍ର କରି ଫୁଟିଲା ଗୁଳି


ବାଲେଶ୍ବର: ବସ୍ତା ଥାନା ଚକୁରି ଗାଁରେ ଗାଡ଼ି ସାଇଟ ମାଗିବାକୁ କେନ୍ଦ୍ର କରି ଫୁଟିଲା ଗୁଳି । ଗୁଳିମାଡ଼ରେ ଶ୍ରୀରାମପୁର ପଞ୍ଚାୟତ ନିମା ଗାଁର ସୁଧାଂଶୁ ଶେଖର ଜେନା ଆହତ । ସୁଧାଂଶଙ୍କ ଆଣ୍ଠୁରେ ଗୁଳି ବାଜିଛି । ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଗତକାଲି ରାତି ପ୍ରାୟ ୧୦ଟା ସମୟରେ ସୁଧାଂଶୁ ଓ ତାଙ୍କ ମାଉସୀ ପୁଅ ଭାଇ ଚିନ୍ମୟୀ ଏକ ବାଇକରେ ନିଜ ଘରକୁ ଫେରୁଥିଲେ । ରାସ୍ତାରେ ୨ଟି ବାଇକରେ ୩ ଜଣ ଯୁବକ ଆସି ତାଙ୍କ ଗାଡି ଅଟକାଇଥିଲେ । ସୁଧାଂଶୁ ସାଇଟ ମାଗିବାରୁ ସାଇଡ ନଦେଇ ସୁଧାଂଶୁଙ୍କ ଗାଡ଼ି ଛଡ଼ାଇବାକୁ ଉଦ୍ୟମ କରିଥିଲେ । ସୁଧାଂଶୁ ଏଥିରେ ବାଧା ଦେବାରୁ ଗୁଳି ମାଡ଼ କରି ୩ ଯୁବକ ଫେରାର ହୋଇଯାଇଥିଲେ ।
ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରକୃତରେ ସୁଧାଂଶୁଙ୍କୁ ଗୁଳିମାଡ଼ କରାଯାଇଛି ବା ଅନ୍ୟ କେଉଁଥିରେ ଆକ୍ରମଣ ହୋଇଛି ସେ ନେଇ ପୋଲିସ ସ୍ପଷ୍ଟ କରିନାହିଁ ।