Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦ ତାରିଖ ରୁ ୨୩ ତାରିଖ ହୀରାଖଣ୍ଡ ନାଟ୍ୟ ମହୋତ୍ସବ

ସମ୍ବଲପୁର:ମ୍ବଲପୁର ର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଅଦୃଶ୍ୟ ନାଟ୍ୟ ଆଶ୍ରମ ପକ୍ଷରୁ ସ୍ଥାନୀୟ ସମ୍ବଲପୁର ସ୍ଥିତ ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଆଗାମୀ ମାର୍ଚ୍ଚ ୨୦ ତାରିଖ ରୁ ୨୩ ତାରିଖ ପର୍ଯ୍ୟନ୍ତ ଜାତୀୟ ସ୍ଥରୀୟ ହୀରାଖଣ୍ଡ ନାଟ୍ୟ ମହୋତ୍ସବ ର ପ୍ରସ୍ତୁତି, କାର୍ଯ୍ୟକ୍ରମ ସାରଣୀ ଏବଂ ସମୟ,ନାଟ୍ୟାନୁଷ୍ଠାନ ମାନଙ୍କ ବିବରଣୀ, ଅତିଥିମାନଙ୍କ ବିବରଣୀ ବିଷୟରେ ବିସ୍ତୃତ ଭାବରେ ସୂଚନା ଦିଆଯାଇଥିଲା । ଏହି ନାଟ୍ୟ ମହୋତ୍ସବ ସମ୍ବଲପୁର ବିଶ୍ଵବିଦ୍ୟାଳୟ ର ପ୍ରଦର୍ଶନ କଳା ବିଭାଗ ସହିତ ଅନୁବନ୍ଧିତ ହୋଇ ଅନୁଷ୍ଠିତ ହେଉଥିବା ବେଳେ ସମ୍ବଲପୁରୀ ନାଟକର ପ୍ରଚାର ପ୍ରସାର ଦିଗରେ ପାଞ୍ଚଟି ନାଟକ ମଧ୍ୟରୁ ତିନୋଟି ନାଟକ ସମ୍ବଲପୁରୀ ରେ ହେଉଥିବା ବେଳେ ଗୋଟିଏ ହିନ୍ଦୀ ଏବଂ ଗୋଟିଏ ଓଡିଆ ନାଟକ ପ୍ରଦର୍ଶୀତ ହେବ । ପଞ୍ଚମ ହୀରାଖଣ୍ଡ ନାଟ୍ୟ ମହୋତ୍ସବରେ ବର୍ଷିଆନ୍ କଳାକାର ତଥା କବି ମନୋରଞ୍ଜନ ସାହୁ ଙ୍କୁ ସମ୍ମାନଜନକ ହୀରାଖଣ୍ଡ ନାଟ୍ୟ ସମ୍ମାନ ରେ ସମ୍ମାନିତ କରାଯିବା ସ୍ଥିର ହୋଇଛି । ପ୍ରଥମ ଦିନ ସନ୍ଧ୍ୟାରେ ସଞ୍ଜୟ ପାଢ଼ିଙ୍କ ରଚିତ ଓ ସଞ୍ଜୟ ବେହେରାଙ୍କ ନିର୍ଦ୍ଦେଶନାରେ ସମର୍ପଣ ନାଟ୍ୟ ଅନୁଷ୍ଠାନ ର ନାଟକ “ଅହ୍”, ଦ୍ବିତୀୟ ସନ୍ଧ୍ୟା ରେ ଅତିଶ କୁମାର ସତପଥିଙ୍କ ରଚନା ନିର୍ଦ୍ଦେଶନା ରେ ଅଦୃଶ୍ୟ ନାଟ୍ଯ ଆଶ୍ରମ ର ନାଟକ “ଭାବ୍ ନୁ ଅଭାବ୍” , ତୃତୀୟ ସନ୍ଧ୍ୟାରେ ଅଶୋକ ବହିଦାର ଙ୍କ ରଚନା ଓ ନିର୍ଦ୍ଦେଶନାରେ ଅବର୍ଣିର୍ ଗୁଁଡା ନାଟ୍ୟ ସଂସଦ ର ନାଟକ “ତୋର୍ ପାର୍ କେ ମୋର୍ ପାହା”, ଚତୁର୍ଥ ତଥା ଶେଷ ସନ୍ଧ୍ୟାରେ ଦୁଇଟି ନାଟକ ଯଥାକ୍ରମେ ଡଃ. ନୃପରାଜ ସାହୁଙ୍କ ରଚିତ ଓ ନିଳାମ୍ବର ମାଣିକପୁରି ଙ୍କ ନିର୍ଦେଶନାରେ ପ୍ରଦର୍ଶନ କଳା ବିଭାଗ, ସମ୍ବଲପୁର ବିଶ୍ବବିଦ୍ୟାଳୟ ର ନାଟକ “ପ୍ରିତି ଲଗ୍ନା” ଏବଂ ସୁରେନ୍ଦ୍ର ବର୍ମା ଙ୍କ ରଚିତ ଓ ପ୍ରିତି ସାଗରଙ୍କ ନିର୍ଦେଶନାରେ ସାଇ ଡ୍ରାମାଟିକ୍ସ, ଝାଡ଼ଖଣ୍ଡ ର ନାଟକ “ସୁର୍ୟ କି ଅନ୍ତିମ୍ କିରନ୍ ସେ ସୁର୍ୟ କି ପେହେଲି କିରନ୍ ତକ୍” ପ୍ରଦର୍ଶିତ ହେବ । ସେହି ଭଳି ପ୍ରତ୍ୟେକ ସନ୍ଧ୍ୟାରେ “ଟକ୍ ଉଇଥ୍ ଡାଇରେକ୍ଟର୍” ଶୀର୍ଷକ ରେ ଆଲୋଚନା ସଭା ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ର ସମ୍ପାଦକ ତଥା ନିର୍ଦ୍ଦେଶକ ଅତୀଶ କୁମାର ସତପଥି ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରିଷ୍ଠ ଅଭିନେତା ନରେନ୍ଦ୍ର ବେହେରା ସ୍ବାଗତ ଭାଷଣ ଦେଇଥିବା ବେଳେ ପଙ୍କଜିନୀ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ । ସର୍ବଶ୍ରୀ ରାହୁଲ ଗୁପ୍ତା, ସଂକେତ କୁମାର ପୁରୋହିତ, ହେମସାଗର ମହାନନ୍ଦ, ଯଶବନ୍ତ ଭୋଇ, ମୃତ୍ୟୁଞ୍ଜୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।