ଲାବନ୍ୟ ନାଟ୍ୟ ସମ୍ମାନରେ ସମ୍ମାନିତ ହେଲେ ଯୁବ ନିର୍ଦେଶକ ନାଟ୍ୟଶ୍ରୀ ମାନସ ରଂଜନ ମିଶ୍ର


ସମ୍ବଲପୁର: ଭବନେଶ୍ବର ସ୍ଥିତ ଭଞ୍ଜ କଳା ମଂଡପ ଠାରେ ଲାବନ୍ୟ ଥିଏଟର ଭୁବନେଶ୍ବର ତରଫରୁ ଲାବନ୍ୟ ନାଟ୍ୟ ମହୋତ୍ସବ ର ଆୟୋଜନ ହୋଇଥିଲା I ଉଦଘାଟନୀ ସଂଧ୍ୟା ରେ ବରିଷ୍ଠ ନାଟ୍ୟ ନିର୍ଦେଶକ ଧିର ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ I ଅନୁଷ୍ଠାନ ର ସଭାପତି ନାରାୟଣ ସାହୁ ଓ ସଂପାଦକ ସତ୍ୟ ଜେନା ପ୍ରମୁଖ ପ୍ରଦୀପ ପ୍ରଜ୍ହଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ I ଏହି ଅବସର ରେ ନାଟକ କ୍ଷେତ୍ରରେ ନିରବଛିନ୍ନ ଓ ବିଶେଷ ଅବଦାନ ପାଇଁ ଓଡିଶାର ୫ ଜଣ ବିଶିଷ୍ଠ ବ୍ୟକ୍ତିଂକୁ ଲାବନ୍ୟ ନାଟ୍ୟ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ତନ୍ମଧ୍ୟରୁ ସମ୍ବଲପୁର ଜିଲ୍ଲାରୁ ମାନସ ମିଶ୍ରଂକୁ ସାମ୍ମାନିତ କରାଯାଇଥିଲା I ପ୍ରକାଶ ଥାଉକି ଶ୍ରୀ ମିଶ୍ର ଗତ ୨୫ ବର୍ଷରୁ ଉର୍ଧ୍ବ ହେଲା ନାଟ୍ୟ କର୍ମ ସହ ଜଡିତ ଅଛନ୍ତି ଏବଂ ସ୍ବର ସଂସ୍ଥା ମାଧ୍ୟମ ରେ ପ୍ରତିବର୍ଷ ନୁତନ ନାଟକ ପରିବେଷଣ ପୁର୍ବକ ସମ୍ବଲପୁରୀ ଭାଷା ସାହିତ୍ୟ ର ଉନ୍ନତି ନିମନ୍ତେ ଚେଷ୍ଟିତ ଅଛନ୍ତି।