Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଗଡ଼ ଜିଲ୍ଲାସ୍ତରୀୟ ଜୁନିଅର୍ ରେଡକ୍ରସ କାଉନସିଲର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ସମ୍ବଲପୁର/ବରଗଡ଼:ଭାରତୀୟ ରେଡ୍ କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ଆନୁକୂଲ୍ୟରେ ବରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜୁନିଅର୍ ରେଡକ୍ରସ କାଉନସିଲରମାନଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଏହି ଅବସରରେ ଅମ୍ବାପାଲି ସ୍ଥିତ ସମଲେଶ୍ଵରୀ ନୋଡାଲ ହାଇସ୍କୁଲରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ସୁଦୀପ୍ତ କୁମାର ନାୟକ, ଜିଲ୍ଲା ରେଡକ୍ରସ ଅଧିକାରୀ ହେମନ୍ତ କୁମାର ସାମଲ, ପ୍ରଧାନ ଶିକ୍ଷକ ସର୍ବେଶ୍ଵର ରଥ ଯୋଗ ଦେଇଥିଲେ।ଏହି ଶିବିରରେ ଜିଲ୍ଲାର ସମସ୍ତ ବ୍ଲକରୁ ଷାଠିଏ ଜଣ କାଉନସିଲର ଯୋଗ ଦେଇଥିବା ବେଳେ ସାଧନକର୍ମୀ ଭାବରେ ଦ୍ଵାଦଶ କୁମାର ପଧାନ, ଧର୍ମରାଜ ପ୍ରଧାନ,ମନୋଜ କୁମାର ସାହୁ, ମହେନ୍ଦ୍ର ଆଚାର୍ଯ୍ୟ,ସେବାବିନିମୟୀ ଯୁକ୍ତା ବାରିକ, ଡିଲେଶ୍ୱର ସାହୁ ଯୋଗ ଦେଇ କାଉନସିଲରମାନଙ୍କୁ ରେଡକ୍ରସର ଇତିହାସ, ଜୁନିଅର୍ ରେଡକ୍ରସ ଟ୍ରୁପ୍ ଗଠନ, ରେଡକ୍ରସର ମୌଳିକ ନୀତି, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ରକ୍ତଦାନର ଆବଶ୍ୟକତା,ନିଶା ନିବାରଣ, ବିଦ୍ୟାଳୟ ଓ ନିରାପତ୍ତା,ଦୁର୍ଘଟଣା ସମୟରେ ପ୍ରାଥମିକ ଉପଚାର, ଜଳବାୟୁ ପରିବର୍ତ୍ତନ ଆଦି ବିଭିନ୍ନ ବିଷୟବସ୍ତୁ ଉପରେ ଧାରଣା ପ୍ରଦାନ କରିଥିଲେ। ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୩୬ ଜଣ ଜୁନିଅର୍ ରେଡକ୍ରସ କାଉନସିଲର ରକ୍ତଦାନ କରିଥିଲେ। ପ୍ରଶିକ୍ଷଣ ଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା କାର୍ଯ୍ୟକ୍ରମ ଶେଷରେ ରେଡକ୍ରସ ପତାକା ଅବତରଣ କରାଯାଇ ଶିବିର କୁ ସଫଳତାର ସହ ଉଦଯାପନ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ