ସମ୍ବଲପୁର:ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ଲିଙ୍କ୍ କରାଯିବ।ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି।
ଆଜି ନିର୍ବାଚନ କମିଶନ ଓ ୟୁଆଇଡିଏଆଇ (ଭାରତର ଏକକ ପରିଚୟପତ୍ର ପ୍ରାଧିକରଣ) ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକରେ ଏଥିପାଇଁ ସହମତି ପ୍ରକାଶ ପାଇଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ବିଶେଷଜ୍ଞଙ୍କ ପରାମର୍ଶ ନିଆଯିବ। ନିର୍ବାଚନ କମିଶନ କହିଛନ୍ତି ଯେ ବର୍ତ୍ତମାନର ପ୍ରଚଳିତ ଆଇନ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭୋଟର କାର୍ଡ ସହ ଆଧାର ଲିଙ୍କ୍ କରାଯିବ। ତେବେ ଏହା ବାଧ୍ୟତାମୂଳକ ଭାବେ ନୁହେଁ, ସମ୍ପୂର୍ଣ ଇଚ୍ଛାଧୀନ ଭାବେ କରାଯିବ ବୋଲି କମିଶନ କହିଛନ୍ତି।
→ ନିର୍ବାଚନ କମିଶନ-ୟୁଆଇଡିଏଆଇ ବୈଠକରେ ସହମତି
ନିର୍ବାଚନ କମିଶନଙ୍କ କହିବାନୁଯାୟୀ ସମ୍ବିଧାନର ଧାରା ୩୨୬ ଅନୁସାରେ ମତଦାନର ଅଧିକାର କେବଳ ଭାରତୀୟ ନାଗରିକଙ୍କୁ ମିଳିଥାଏ। କିନ୍ତୁ ଆଧାର ହେଉଛି କେବଳ ଜଣେ ବ୍ୟକ୍ତିଙ୍କ ପରିଚୟ। ସେଥିପାଇଁ ନିଷ୍ପରି ହୋଇଛି ଯେ ଭୋଟର ପରିଚୟ ପତ୍ର ସହିତ ଆଧାର ନମ୍ବରର ଲିଙ୍କ କରାଇବା ଲାଗି ସମସ୍ତ ଆଇନ ପାଳନ କରାଯିବ। ଭୋଟର କାର୍ଡ ସହ ଆଧାର ଲିଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା, ପାରଦର୍ଶିତା ଓ ସମାବେଶିତାକୁ ପ୍ରୋତ୍ସାହିତ କରିବା । ଏଥିପାଇଁ ନିର୍ବାଚନ କମିଶନ
ବିଶେଷଜ୍ଞଙ୍କ ମତ, ବିଭିନ୍ନ ଦଳର ପରାମର୍ଶ ଲୋଡ଼ାଗଲା
ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ନିର୍ବାଚନ ପଞ୍ଜିକରଣ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ତରରେ ବୈଠକ କରିବାକୁ ନିଷ୍ପତି ନେଇଛନ୍ତି। ଏଥିସହ ନିର୍ବାଚନ କମିଶନ ମଧ୍ୟ ଏହି ମାମଲାରେ ସମସ୍ତ ଜାତୀୟ ଓ ରାଜ୍ୟ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳମାନଙ୍କ ଠାରୁ ଏପ୍ରିଲ ୩୦ ସୁଦ୍ଧା ଆବଶ୍ୟକ ପରମର୍ଶ ମାଗିଛନ୍ତି।
ସରକାର ସଂସଦରେ କହିଛନ୍ତି ଯେ ଭୋଟର କାର୍ଡ ସହ ଆଧାର ଲିଙ୍କ୍ ବ୍ୟବସ୍ଥା ଚାଲୁରହିଛି। ଏଥିପାଇଁ କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇନାହିଁ। ଯେଉଁମାନେ ନିଜର ଭୋଟର କାର୍ଡକୁ ଆଧାର ସହ ଯୋଡିବେ ନାହିଁ ସେମାନଙ୍କ ନାମ ଭୋଟର ତାଲିକାରୁ କଟିବ ନାହିଁ।
ଭୋଟର କାର୍ଡ ସହ ଲିଙ୍କ ହେବ ଆଧାର ନମ୍ବର
