Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ଉପଭୋକ୍ତା ସଂଘ ବୈଠକ: ବର୍ଷ ବର୍ଷ ଧରି ଡିବିରୀ ଆଲୁଅ ପରି ଜଳୁଥିଲା ବିଜୁଳି, ବିଲକୁ ନେଇ ଟାଟାପାୱାର ଜୁଲୁମ କୁ ନେଇ କ୍ଷୋଭ ପ୍ରକାଶ କଲେ କଦଳିମୁଣ୍ଡା ଗ୍ରାମବାସୀ

ସମ୍ବଲପୁର: ବର୍ଷ ବର୍ଷ ଧରି ଲାଗୁନଥିଲା ଟ୍ରାନଫର୍ମର। ପଧାନପାଲି ଟ୍ରାନ୍ସଫର୍ମରକୁ ବିଦ୍ୟୁତ ବିଭାଗ କାମ ଚଳାଇ ଦେଉଥିଲା।ବିଜୁଳି ସମସ୍ୟାରେ ଘାଣ୍ଟି ହେଉଥିଲେ ଉପଭୋକ୍ତା। ଡିବିରୀ ଆଲୁଅ ପରି ବିଦ୍ୟୁତ ସେବାରେ ଗ୍ରାମବାସୀ ଘାଣ୍ଟି ହେଉଥିବା ବେଳେ, ଓଇସିବି ଓ ୱେସ୍କୋ ବକେୟା ବିଲକୁ ନେଇ ଏବେ ଟାଟାପାୱାରର ଜୁଲୁମକୁ ନେଇ ଅଭିଯୋଗ କରିଛନ୍ତି କଦଳୀମୁଣ୍ଡା ଗ୍ରାମବାସୀ।
ବାହାମ ପଞ୍ଚାୟତ ବିଦ୍ୟୁତ ଉପଭୋକ୍ତା ସଂଘର ଆହ୍ୱାନ କ୍ରମେ ବିଭିନ୍ନ ବିଜୁଳି ସମସ୍ୟାକୁ ନେଇ ଆଜି କଦଳିମୁଣ୍ଡା ଗ୍ରାମରେ ଅନୁଷ୍ଠିତ ସଚେତନତା ସଭାରେ ବର୍ଷ ବର୍ଷ ଧରି ଟ୍ରାନ୍ସଫର୍ମର ଅଚଳ ହୋଇ ପଡ଼ିଥିବା ବେଳେ ତାକୁ ନସଜାଡି କିମ୍ବା ପରିବର୍ତ୍ତନ ନକରି ଅନ୍ୟ ଏକ ଟ୍ରାନ୍ସଫର୍ମରରୁ ବିଦ୍ୟୁତ ସଂଯୋଗ କରାଯାଇ ବର୍ଷ ବର୍ଷ ଧରି କଦଳିମୁଣ୍ଡା ଗ୍ରାମବାସୀଙ୍କୁ ଅନ୍ଧାରରେ ରଖିଥିବା ନେଇ ସ୍ୱର ଶାଣିତ ହୋଇଥିଲା।
ସଂଘର ଉପଦେଷ୍ଟା ସୁବୋଧ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଗ୍ରାମବାସୀ ଏଭଳି ବିଭିନ୍ନ ଅଭିଯୋଗ ଆଣି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।ସଚେତନତା ସଭାରେ ସଙ୍ଘର ସାଧାରଣ ସମ୍ପାଦକ ଡା. ରାଜାରାମ ଷଡ଼ଙ୍ଗୀ ଏହାର ଉଦ୍ଦେଶ୍ୟ ଓ ଲକ୍ଷ ଉପରେ ଆଲୋଚନା କରି ବିଦ୍ୟୁତ ସଂସ୍କାର ପାଇଁ ବିଦ୍ୟୁତ ଉପଭୋକ୍ତା ଓ ବିଭାଗୀୟ ଅଧିକାରୀ, କର୍ମଚାରିଙ୍କ ମିଳିତ ସହଯୋଗ ଲୋଡ଼ି ବର୍ତ୍ତମାନ ସରକାରଙ୍କ ନିର୍ଦେଶକୁ ସମସ୍ତେ ମନେ ରଖି ବିଦ୍ୟୁତ ଭଳି ସେବାରେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।
ଏରିଅର ବିଲ ନାମରେ ଟିପିଡବ୍ଲୁଓଡିଏଲ ର ଶୋଷଣ,ଜୁଲୁମ,ବିଦ୍ୟୁତ ବିଛିନ୍ନ ଭଳି ଆଇନ ବିରୁଦ୍ଧରେ କାର୍ଯ୍ୟକୁ ତୀବ୍ର ବିରୋଧ କରାଯାଇ ତୁରନ୍ତ ଏହା ବନ୍ଦ ନହେଲେ ଜନ ଆନ୍ଦୋଳନକୁ ଓଲ୍ଲାଇବାକୁ ଗ୍ରାମବାସୀ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଥିଲେ । ଏପରିକି ସ୍ମାର୍ଟ ମିଟରକୁ ତୁରନ୍ତ ପ୍ରତ୍ୟାହାର କରି ପୂର୍ବପରି ମିଟର ପ୍ରଚଳନ ପାଇଁ ଗ୍ରାମବାସୀ ଦାବି ଉଠାଇଥିଲେ।
ଅଚଳ ଟ୍ରାନ୍ସଫରମ ପାଇଁ ଗ୍ରାମବାସୀଙ୍କ ଉପରେ ଆର୍ଥିକ ବୋଝ ନଳଦି ଟିପିଡବ୍ଲୁଡିଏଲ ଗ୍ରାହକ ସେବାକୁ ଅଗ୍ରାଧିକାର ଦେଇ ନିଜେ ଏହାର ଉତ୍ତର ଦାୟିତ୍ୱ ନେବାକୁ ସଚେତନତା ସଭାରେ ଜୋରଦେଇ ଏରିଅର ବିଲ ନାମରେ ଭିଜିଲାନ୍ସ ଟିମ ବାହାନାରେ ଜୁଲୁମ ଓ ଗ୍ରାମ ମଧ୍ୟରେ ଜନ ଅସନ୍ତୋଷକୁ ବନ୍ଦ କରିବାକୁ ଦାବି କରିଥିଲେ।
ଏପରିକି ବିଛିନ୍ନ କରାଯାଇଥିବା ବିଦ୍ୟୁତ ଉପଭୋକ୍ତାଙ୍କୁ ଅବିଳମ୍ଭେ ବିଜୁଳି ସଂଯୋଗ ଦେବା ଭଳି ଯୁକ୍ତିଯୁକ୍ତ ଦାବି ରଖି ସଭାରେ ଆଲୋଚନା ହୋଇଥିଲା।
ଏହି ସଭାରେ ଦେବାନନ୍ଦ ଭୋସାଗର। ପ୍ରମୋଦ କୁମାର ମିଶ୍ର, ଆଶିଷ କୁମାର ନାଏକ, ଯଜ୍ଞ ରଣା,ଝସକେତନ ନାଏକ,ପ୍ରବୀଣ ସୁପକାର, ସୁକାନ୍ତ ଚନ୍ଦ୍ର ମିଶ୍ର ପ୍ରମୁଖଙ୍କ ସହିତ ଗ୍ରାମବାସୀ ଅଂଶ ଗ୍ରହଣ କରି ବର୍ଷ ସାରା ନୀରବ ରହି ମାର୍ଚ୍ଚ ମାସ ବାହାନା ଦେଖାଇ ଟାଟା ପାୱାର ନିଜର ଟାର୍ଗେଟ ନାମରେ କର୍ମଚାରିଙ୍କ ଅମାନବିକତା କାର୍ଯ୍ୟଧାରାକୁ ବିରୋଧ କରି ଏଥିରୁ ନିବୃତ ରହି ସୁସମ୍ପର୍କ ଓ ସହାଭାଗୀତାକୁ ବଜାୟ ରଖିବାକୁ ନିବେଦନ କରିଥିଲେ।ଏପରିକି ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବାକୁ ଦାବି ଉଠାଇଥିଲେ। ଏପରିକି ହାତିବାରୀ ସବ ଷ୍ଟେସନକୁ ବିଦ୍ୟୁତ ବିଛିନ୍ନ କରି ତୁରନ୍ତ ପଡ଼ିଆବାହାଲ ଗ୍ରୀଡ଼ ଓ ସବ ଷ୍ଟେସନ ସହିତ ବିଦ୍ୟୁତ ସଂଯୋଗ କରିବାକୁ ଦାବି କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ