ଭୁବନେଶ୍ବର: ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଓଲିଉଡ଼ ଅଭିନେତା ତଥା ୟୁଟ୍ୟୁବର୍ ତପି ମିଶ୍ରଙ୍କୁ ପଡ଼ିଲା ମହଙ୍ଗା । ବିଧବାର ଗିରଫ କରିଛି ପୋଲିସ । ଜନୈକା ଲେଖିକାଙ୍କ ଉଦ୍ଦେଶ୍ୟରେ ଅଶାଳୀନ ବୟାନ ଦେବା ଅଭିଯୋଗରେ ଭୁବନେଶ୍ୱରର ଇନ୍ଫୋସିଟି ପୋଲିସ୍ ଗିରଫ କରିଛି । ଓଡ଼ିଆ ଲେଖିକା ବନସ୍ମିତା ପତିଙ୍କ ବିରୋଧରେ ଅଶ୍ଳୀଳ ଭାଷା ବ୍ୟବହାର କରି ସାର୍ବଜନୀନ ଭାବେ ପୋଷ୍ଟ କରିଥିଲେ ତପି ।
ମାର୍ଚ୍ଚ ୧୭ ତାରିଖରେ ଏହି ପୋଷ୍ଟଟି କରା ଯାଇଥିଲା । ବନସ୍ମିତା ଏକ ଫଷସବୁକ ପୋଷ୍ଟରେ ମନ୍ତବ୍ୟ ଦେଇଥିବା ବେଳେ ତପି ତାଙ୍କୁ ଟାର୍ଗେଟ୍ କରି ମନ୍ତବ୍ୟ ଦେଇଥିଲେ । ପୂର୍ବରୁ ମହା ଶିବରାତ୍ରି ସମୟରେ ତପି ଶିବ ତାଣ୍ଡବ ସ୍ତୋତ୍ର ଗାଇଥିଲେ । ଏହାକୁ ସେ ଲଖିଥିବା ନେଇ ତପି ଦାବି କରିଥିଲେ । ବନସ୍ମିତାଙ୍କ ଲେଖାକୁ ନକଲ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ତପି ଏହାକୁ ଖଣ୍ଡନ କରି ଏକ ପ୍ରେସ ମିଟ ମଧ୍ୟ କରିଥିଲେ । ତେବେ ଫେସବୁକରେ ଗାଳି କରି ଫସି ଯାଇଥିଲେ ତପି ।
ଫେସବୁକରେ ଅଶାଳୀନ କମେଣ୍ଟ ମିଳିବା ପରେ ବନସ୍ମିତା ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ । ବନସ୍ମିତାଙ୍କ ଅଭିଯୋଗ ଆଧାରରେ ପୋଲିସ୍ ତପିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହେବା ସମୟରେ ସେ ଧର୍ମକୁ ରକ୍ଷା କରୁଛନ୍ତି, ତେଣୁ ଧର୍ମ ତାଙ୍କର ରକ୍ଷା କରିବ ବୋଲି କହିଥିଲେ ତପି । ଏହା ସହିତ ସେ ଶିବ ତାଣ୍ଡବ ଗାଇ ଥିବାରୁ ତାଙ୍କୁ ଷଡଯନ୍ତ୍ର କରି ଗିରଫ କରାଯାଇଥିବା କହିଥିଲେ । ନିକଟରେ ତପି ମିଶ୍ର ନିଜ ଅଭିନୀତ ଫିଲ୍ମ ଘମାଘୋଟର ପ୍ରମୋସନ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥିଲେ ।