Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାରା ଜୀବନ ଦେଶ ପାଇଁ: ଆମ ସୁବଳ

ସିଏ ଦେଶ ପାଇଁ ଦେଖି ନଥିଲା ପରିବାର, ଶତ୍ରୁ ର ଗୁଳି କୁ ଛାଡ଼ି ଶତ୍ରୁ ପକ୍ଷ କୁ ଆକ୍ରମଣ କରେ ଦୁର୍ବାର, ଦେଶ ମାତୃକା ସେବା ରେ କରେ ସମର୍ପଣ, ଆଜି ସଫଳତା ର ସହ ନିଜ କର୍ତ୍ତବ୍ୟ କରି ସରିବା ପରେ ନିଜ ଗାଁ , ଜନ୍ମ ମାଟି ଓ ସାଥୀ ଯବାନ ଙ୍କ ସାଙ୍ଗରେ କାନ୍ଧ ରେ କାନ୍ଧ ମିଳାଇ ପୋଲିସ ବାହିନୀ ରେ ଯୋଗ ଦେଇଛନ୍ତି। ହଁ ଆଜ୍ଞା ଆମେ କହୁଛୁ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ମଠ ଖାଣ୍ଟପଦା ଗାଁ ର ଅବସର ପ୍ରାପ୍ତ ସେନା କର୍ମଚାରୀ ସୁବଳ କୁଅଁର ଙ୍କ କଥା ଜନ୍ମ ତାଙ୍କର 1967 ମସିହା ଜୁଲାଇ ମାସ ତିନି ତାରିଖ । ସେତେବେଳ ସେନା ବାହିନୀ ଚାକିରି କରିବା ଯେତିକି ଆନନ୍ଦ ସେତିକି କଷ୍ଟକର। ଚାକିରି ହୋଇଥିବା ଜାଣି ପରିବାର ଖୁସି ହେଉଥିବା ବେଳେ ମନେମନେ କାନ୍ଦି କାନ୍ଦି ସେନା ବାହିନୀ ଯୋଗ ଦେଇଥିଲେ ସୁବଳ। ବାପା ଭାଗିରଥି କୁଅଁର,ମାଆ ଯଶୋଦା ରାଣୀ କୁଅଁର ଙ୍କ ର ସାନ ପୁଅ ସୁବଳ। ସମସ୍ତ ଙ୍କର ଭାରି ଗେହ୍ଲା। ହେଲେ ପୁଅ ର ଚାକିରି ହୋଉଛି ବୋଲି ପରିବାର ଆନନ୍ଦ କହିଲେ ନସରେ।ସେଦିନ ଥିଲା 1996 ମସିହା ଅଗଷ୍ଟ ତିରିଶ ତାରିଖ ସରକାରୀ ଭାବେ ସୁବଳ ଙ୍କୁ ମିଳିଲା ଦେଶ ସେବା କରିବା ପାଇଁ ସିକ୍ତୁତୀ। ଏହାରି ମଧ୍ୟରେ କେତେ ଝଡ଼ ଝଞ୍ଜା ମଧ୍ୟ ଚାଲି ଯାଇଥାଏ। ସେତେବେଳେ ଲକ୍ଷ୍ନୋ, ଜମ୍ମୁକାଶ୍ମୀର ଦିଲ୍ଲୀ, ଚଣ୍ଡିଗଡ, ସିକିମ୍, ପୁନା,
ହିସାର, ଅମୃତସର ର ବାଘା ବୋଡ଼ର୍, କଲିକତା,
କାରଗିଲ ଯୁଦ୍ଧ, ଅପରେସନ ବିଜୟ ମଧ୍ୟ ସାମିଲ ହୋଇ ଥିଲେ।
ଏହାରି ମଧ୍ୟରେ 26 ବର୍ଷ ଦୁଇ ଦିନ ସରିଯାଇ ଥାଏ। ଅବସର ସମୟ ଆସିଲା 2022 ମସିହା ଅଗଷ୍ଟ 31ହୋଇଥିଲା।
ସେହିପରି ଅନ୍ୟ ସେବା ମଧ୍ୟରେ ଅମ୍ରିତସର୍ ରେଳ ଦୁର୍ଘଟନା ମଧ୍ୟ ସାମିଲ ହୋଇଥିଲେ। ଏବେ, ଚନ୍ଦକା ରେ ଏସ୍ ଓ ଜୀ ପୋଲିସ ବାହିନୀ ରେ ଯୋଗ ଦେଇଛନ୍ତି। ଏହି ଖବର ପାଇ ବଡ ଭାଇ ପୁରସ୍ତମ କୁଁଅର , ସରପଞ୍ଚ ଚିନ୍ମୟ କୁମାର ନାୟକ, ଶିବାନନ୍ଦ ନାୟକ ସୁନିଲ ନାୟକ, ଅକ୍ଷୟ ପହି, ରବୀନ୍ଦ୍ର କୁଅଁର, ସଞ୍ଜୁ ରାଉତ, ତ୍ରିଲୋଚନ ସା, ଅବସର ପ୍ରାପ୍ତ ସେନା କର୍ମଚାରୀ ରବୀନ୍ଦ୍ର କୁମାର ଶା, ଖେଳ ଶିକ୍ଷକ ପଦ୍ମନାଭ ସାମଲ , ବିଭୂତି ଭୂଷଣ ଜେନା, ପୁଅ ଅନନ୍ତ ନାରାୟଣ କୁଅଁର ଶୁଭେଛା ଜଣାଇ ଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ