Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡା ଦେବେନ୍ଦ୍ର ପ୍ରଧାନଙ୍କୁ ସର୍ବ ଦଳୀୟ ସଭାରେ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ଭାରତୀୟ ଜନତା ପାର୍ଟିରେ ରହି ସୁଦ୍ଧା ରାଜନୀତିରୁ ଉର୍ଧ୍ଵରେ ରହି ସେ ଜନସାଧାରଣଙ୍କ ସର୍ବମାନ୍ୟ ନେତା ହୋଇ ପାରିଥିଲେ l ଯେକୌଣସି ଦଳର ହେଉ ପଛେ ଲୋକଙ୍କ ହାରି ଗୁହାରି ଧୈର୍ଯ୍ୟର ସହ ଶୁଣି ତାର ପ୍ରତିକାର ପଦକ୍ଷେପ ନେଉଥିଲେ l ପେଷାରେ ଡାକ୍ତର ଥାଇ ମଧ୍ୟ ଆଗ ଧାଡ଼ିର ନେତୃତ୍ୱ ନେଇ ଆମ ଅଞ୍ଚଳରେ ତାଙ୍କରି ସମୟରୁ ଭାରତୀୟ ଜନତା ପାର୍ଟିର ଅୟମlରମ୍ଭ ହୋଇଥଲା ବୋଲି ପଡିଆବାହାଲ ଦୁର୍ଗାପୂଜା ମଣ୍ଡପରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମତପ୍ରକାଶ ପାଇଥିଲା l
ଡା.ରାଜାରାମ ଷଡ଼ଙ୍ଗୀ ପ୍ରାରମ୍ଭିକ ସୂଚନା ଦେଇ ସଭା ପରିଚାଳନା କରିଥିଲେ l ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା ପରେ ଦଳ ମତ ନିର୍ବିଶେଷରେ ବହୁ ଗଣ୍ୟ ମାନ୍ୟ ବ୍ୟକ୍ତିଙ୍କ ସହ ଜନ ସାଧାରଣ ଡାକ୍ତର ପ୍ରଧାନଙ୍କ ତୈଳ ଚିତ୍ରରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧା ସୁମନ ଜ୍ଞ୍ୟାପନ କରି ଥିଲେ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରୀ ପ୍ରଫୁଲ୍ଲ କୁମାର ପଣ୍ଡା ଓ ସୁବୋଧ କୁମାର ବେହେରା ପ୍ରାରମ୍ଭରେ ପ୍ରଦୀପ ଓ ଧୁପ ପ୍ରଜ୍ଜଳନ କରି ଶ୍ରଦ୍ଧାଞ୍ଜଳି ଦେବାପରେ ଅମୂଲ୍ୟା ସାହୁ, ଟିକି ପଧାନ, ଅଶୋକ ପୁରୋହିତ, ପ୍ରମୋଦ କୁମାର ମିଶ୍ର, ପ୍ରତାପ ନାଏକ , ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ବନିତା ଓରାମ, ଦେବାନନ୍ଦ ଭୁସାଗର,ପ୍ରମୁଖ ବହୁ ବ୍ୟକ୍ତି ଡା ପ୍ରଧାନ ଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କୁ ଦେଶ ଓ ଜାତିର ମଉଡମଣୀ ସହ ତୁଳନା କରି ଭାରତୀୟ ଜନତା ପାର୍ଟି ପାଇଁ ଓଡିଶାର ବିନ୍ଧାଣି ବୋଲି ବର୍ଣ୍ଣନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅରୁଣ ପ୍ରଧାନ, କପିଳ ପ୍ରଧାନ, ନରେଶ ପ୍ରଧାନ, ତାପସ ମହାପାତ୍ର, ଗୁଣନିଧି ପ୍ରଧାନ, ଝସକେତନ ନାଏକ, ଅଶୋକ ମେହେର, ଅଶୋକ ରାୟ, ପ୍ରବୀଣ ସୁପକାର, ଆଶିଷ ନାଏକ, ଯଂଜ୍ଞଶ୍ୱର ରଣା, ବେଣୁଧର ତ୍ରିପାଠୀ, ଅଶ୍ୱିନୀ ନାଏକ ନରେଶ ମହାନ୍ତି, ପ୍ରକାଶ ବଢ଼ାଇ, ଶାଖା ଭୁସାଗର ଓ ସାମ୍ବାଦିକ ରାଧାମୋହନ ଷଡ଼ଙ୍ଗୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶେଷରେ ବାହାମ ସରପଞ୍ଚ ଶ୍ରୀମତୀ ସରସ୍ବତୀ ଭୋସାଗର ନିଜର ଶ୍ରଦ୍ଧାଞ୍ଜଳି ଦେଇ ସର୍ବସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ