Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ବିଶ୍ୱ ପଖାଳ ଦିବସ

ସମ୍ବଲପୁର:ପଖାଳ ଦିବସରେ ଗୁରୁବାର ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ମାନୀ ମିଶ୍ରଙ୍କ ସଂଯୋଜନାରେ କୁଲୁଥକାନୀ ଠାରେ ବିଶ୍ୱ ପଖାଳ ଦିବସ ପାଲିତ ହୋଇଯାଇଛି । ମଞ୍ଚର ସମସ୍ତ ସଦସ୍ୟା ଭିନଭିନ ରକମର ଭଜା, ପୋଡା ଏବଂ ତିଅଣ ଘରୁ ତିଆରି କରି ଆଣିଥିବା ବେଳେ ସମସ୍ତ ସଦସ୍ୟା ମାନେ ଏକାଠି ବସି ପଖାଳ ଦିବସର ମଜା ନେଇଥିଲେ । ସମସ୍ତେ ଘରେ ବିଭିନ୍ନ ରକମର ଖାଦ୍ୟ ଖାଉଥିବା ବେଳେ ସମସ୍ତେ ଏକାଠି ମିଶି ପଖାଳ ଦିବସ ପାଳନର ମଜା ନିଆରା ବୋଲି କଲ୍ପନା ମିଶ୍ର କହିଛନ୍ତି । ଏଭଲି ସାମାଜିକ ରୋଷେଇ ଦ୍ୱାରା ସମାଜରେ ଭେଦଭାବ ଦୁର ହେବା ସହ ସଦଭାବ ବୃଦ୍ଧି ହୋଇପାରିବ ବୋଲି ମଞ୍ଚର ବରିଷ୍ଠ ସଦସ୍ୟା ଶୋଭାଙ୍ଗିନୀ ପଟେଲ କହିଥିଲେ । ଏହି ଅବସରରେ ନାରୀଶକ୍ତି ପକ୍ଷରୁ ଗୀତ ନୃତ୍ୟର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଅବସରରେ ଭବାନୀଶ ଭୋଇ, ମାନସ ରଞ୍ଜନ ବକ୍ସୀ,ନରସିଂହ ପ୍ରସାଦ ମିଶ୍ର ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ମାସିକ ପତ୍ରିକା ସମ୍ବଲପୁରୀ ଦରପନ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଘମିତ୍ରା ପଣ୍ଡା, ସ୍ବସ୍ତିକା ନାୟକ, ପଙ୍କଜିନି ମେହେର, ପଙ୍କଜିନୀ ବୈଠାରୁ, ଲଲିତା ଭୋଇ, ଝୁନୁ ତ୍ରିପାଠୀ, ଛବି ପତି, ପଜ୍ଞା ସାହୁ, ସୁଜାତା ଗୁରୁ, ଅଲକା ମହାପାତ୍ର, ଯାମିନୀ ଠାକୁର, ମିଲି ବକ୍ସୀ, ଡଲିମା ଭୋଇ, ଇନ୍ଦିରା ମିଶ୍ର, କୁଞ୍ଜ ବିହାରୀ ତ୍ରୀପାଠୀ ପ୍ରମୁଖ ସାମିଲ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ