ଅଗ୍ନିବୀର ଯୋଜନା ମାଧ୍ୟମରେ ସମ୍ବଲପୁର ଠାରେ ଆର୍ମି ନିଯୁକ୍ତି ପଞ୍ଜୀକରଣ ଆରମ୍ଭ


ସମ୍ବଲପୁର:ଅଗ୍ନିବୀର ଯୋଜନା ମାଧ୍ୟମରେ ସମ୍ବଲପୁର ଠାରେ ଆର୍ମି ନିଯୁକ୍ତି ପଞ୍ଜୀକରଣ ଆରମ୍ଭ ହୋଇଛି।ଅନୁଗୁଳ, ବରଗଡ, ବଲାଙ୍ଗିର , ଢେଙ୍କାନାଳ ,ଦେବଗଡ ,ଝାରସୁଗୁଡା, କେନ୍ଦୁଝର ,ସମ୍ବଲପୁର ,ସୁବର୍ଣପୁର ଓ ସୁନ୍ଦରଗଡ ଜିଲ୍ଲା ର ଯୋଗ୍ୟ ପ୍ରାର୍ଥୀ ଙ୍କ ନିମନ୍ତେ ଅଗ୍ନିପଥ ଯୋଜନା ମାଧ୍ୟମରେ ଆର୍ମି ନିଯୁକ୍ତି ପଞ୍ଜୀକରଣ ଆରମ୍ଭ ହୋଇଛି।ଏହି ଆର୍ମି ନିଯୁକ୍ତି ପଞ୍ଜୀକରଣ ମାର୍ଚ ମାସ ୧୨ ତାରିଖ ଠାରୁ ଅପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥି ନିମନ୍ତେ ପ୍ରାର୍ଥୀମାନଙ୍କୁ ୨୫୦ ଟଙ୍କା ଫି ଦେୟ ପଡିବ । ମାନଦଣ୍ଡ , ଶିକ୍ଷାଗତ ଯୋଗ୍ୟତା ଏବଂ ଅନଲାଇନ ପରୀକ୍ଷା ଅନୁସାରେ ପ୍ରାର୍ଥୀ ମାନେ ନିଯୁକ୍ତି ପାଇବେ। ରାଲି ବିଜ୍ଞାପନ ଜଏନ ଇଣ୍ଡିଆନ ଆର୍ମି ୱେବ ସାଇଟ www.joinindianarmy.nic.in ଦେଖିପାରିବେ । ଆବେଦନ କରିବା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ ଅଟେ । ଅନଲାଇନ ରେଜିଷ୍ଟ୍ରେସନ ଅପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଆର୍ମି ନିଯୁକ୍ତି ରାଲି ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ପ୍ରାର୍ଥୀମାନଙ୍କ ପଞ୍ଜିକୃତ ଇ –ମେଲ ରେ ଏଡମିଟ କାର୍ଡ ପ୍ରେରଣ କରାଯିବ ବୋଲି ସମ୍ବଲପୁର ଏଆରଓ ଜଣାଇଛନ୍ତି । ପ୍ରାର୍ଥୀମାନଙ୍କ କୌଣସି ଅସୁବିଧା ନିମନ୍ତେ ୦୬୬୩-୨୫୨୦୮୪୫ ନମ୍ବର ରେ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି।