ଦିଲ୍ଲୀ ପରାଜୟ ପରେ ଆମ ଆଦମୀ ପାର୍ଟିରେ ନେତୃତ୍ବ ପରିବର୍ତ୍ତନ


ନୂଆଦିଲ୍ଲୀ: ଦିଲ୍ଲୀରେ ମ ଆଦମୀ ପାର୍ଟି ମାଟି କାମୁଡ଼ିବା ପରେ ଏବେ ଘର ସଜାଡ଼ିବାକୁ ଉଦ୍ୟମ କରୁଛି ଦଳ । ଏହି କ୍ରମରେ ଦଳ ନେତୃତ୍ବରେ ବଡ଼ ପରିବର୍ତ୍ତନ କରିଛି । ଦିଲ୍ଲୀର ପୂର୍ବ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପଞ୍ଜାବର ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ସତ୍ୟେନ୍ଦ୍ର ଜୈନଙ୍କୁ ପଞ୍ଜାବର ସହ-ପ୍ରଭାରୀ ଦାୟିତ୍ୱ ଦିଆଯାଇଛି ।

ଗୋପାଲ ରାୟଙ୍କ ଜାଗାରେ ସୌରଭ ଭରଦ୍ୱାଜଙ୍କୁ ଦିଲ୍ଲୀ ଆପର ସଂଯୋଜକ ଭାବେ ନୂଆ କରି ଦାୟିତ୍ୱ ମିଳିଛି । ଅନ୍ୟପଟେ ଆମ୍ ଆଦାନୀ ପାର୍ଟିର ସାଂସଦ ରାଘବ ଚଡ୍ଡା ଏବଂ ସଞ୍ଜୟ ସିଂ ପାର୍ଟିର ରାଜନୈତିକ ମାମଲା ସମ୍ପର୍କରେ ବୈଠକ ପାଇଁ କେଜ୍ରିଓ୍ୱାଲଙ୍କୁ ଭେଟିବାକୁ ତାଙ୍କ ଘରେ ପହଞ୍ଚିଛନ୍ତି ।

ତେବେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ପରାଜୟ ପରେ, ଏବେ ଆତିଶୀଙ୍କୁ ରାଜଧାନୀର ମୁଖ୍ୟ ଦାୟିତ୍ୱ ଦେଇଛି ଦଳ । ବିରୋଧୀ ଦଳ ନେତା ଭାବେ ସେ ବିଜେପି ସରକାରକୁ ନିଶାନା କରିବେ । ବିଧାନସଭା ନିର୍ବାଚନ ଓ ଦିଲ୍ଲୀ ସରକାର ଉପରେ ବିଜେପି ସରକାର ହମଲା କଲେ, ଅତିଶୀ ହିଁ ଏହାକୁ ଟକ୍କର ଦେବେ ।