ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଂଚାୟତ ର ବଡ଼ବର୍ଡାକଟା ଠାରେ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା (ବାର୍ଷିକୀ) ଉପଲକ୍ଷେ ରାମାୟଣ ର ସୁନ୍ଦରକାଣ୍ଡ ପରାୟଣ ଅନୁଷ୍ଠିତ ହୋଇଯାଇଛି । ବ୍ୟାସ ଗାୟିକା ଭାବରେ ପାଟଣାଗଡ଼ ର ବର୍ଷାରାଣୀ ତ୍ରିପାଠୀ ଓ ସାଥି ଯୋଗ ଦେଇଥିଲେ । ଏହି ଅବସରରେ ଗୁରୁବାର କଳସଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମର ଶତାଧିକ ମହିଳା ସ୍ଥାନୀୟ ବାଇଗଣୀ ଯୋର ରୁ ଗଙ୍ଗା ମାତା ଙ୍କୁ ଆବାହନ କରି ରୀତି ନୀତି ଅନୁଯାୟୀ କଳସ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ପାରାୟଣ ମଣ୍ଡପ ରେ କଳସ ସ୍ଥାପନା କରିଥିଲେ । ଶନିବାର ଅଷ୍ଟପ୍ରହରୀ ନାମଯଜ୍ଞ ହେବାର କାର୍ଯ୍ୟକ୍ରମ ଅଛି । ପୂଜକ ଭାବରେ ବଳରାମ ପଣ୍ଡା ଦାୟିତ୍ୱ ତୁଲାଉଥିବା ବେଳେ ଗାଁ ଗୌନ୍ତିଆ ଶିବ ନାରାୟଣ ମିଶ୍ର ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି । ବଡବର୍ଡ଼lକଟା ଗ୍ରାମବାସୀ ସହଯୋଗ କରୁଛନ୍ତି ।
ବଡ଼ବର୍ଡାକଟା ଗ୍ରାମରେ ମାହେଶ୍ଵରୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ
