Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମା ନୁଆଁ ମାର୍କେଟରେ ଅଷ୍ଟପ୍ରହରୀ ନାମଯଜ୍ଞ

ଚିପିଲିମା, ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଚିପିଲିମା ହାଟପଦାରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଥିବାବେଳେ, “ହରେକୃଷ୍ଣ ହରେରାମ “ମହାମନ୍ତ୍ର ରେ ଅଞ୍ଚଳ ମୁଖରିତ ହୋଇଥିଲା l ଏହି ଅବସରରେ ସୋମବାର ସନ୍ଧ୍ୟାରେ ନିକଟସ୍ଥ ମହାନଦୀରୁ ପାରମ୍ପରିକ ରୀତିନୀତିରେ କଳସ ବୁଡାଇ ଶତାଧିକ ମହିଳାଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ବାହାରି ମଣ୍ଡପରେ ପହଞ୍ଚିଥଲା lପୂର୍ବାହ୍ନରେ ସମସ୍ତ ରୀତିନୀତି ସହ କଳସପୂଜା, ଷଡ଼ବୈଷ୍ଣବ ପୂଜା, ରାଧାକୃଷ୍ଣଙ୍କ ଷୋଡଶ ଉପଚାର ପୂଜା, ହବନ, ଆରତୀ ପୁଷ୍ପାଞ୍ଜଳୀ ପରେ “ହରେକୃଷ୍ଣ ହରେରାମ “ମହାମନ୍ତ୍ର ଆରମ୍ଭ ହୋଇଥିଲା l କର୍ତ୍ତା ଭାବରେ ରାଜେଶ ପୂଜାରୀ ସପତ୍ନୀକ ଦାୟିତ୍ୱ ସମ୍ପାଦନ କରିଥିବାବେଳେ, ସମସ୍ତ ପୂଜାକାର୍ଯ୍ୟକୁ ପଣ୍ଡିତ ବୈରାଗୀ ଚରଣ ଆଚାର୍ଯ୍ୟ, ପଣ୍ଡିତ ସନ୍ତୋଷ ବିଶି, ସାହିଲ ଦାଶ, ଆୟୁଷ୍ମାନ ଦାଶ ପରିଚାଳନା କରିଥିଲେ l ବୁଧବାର ଅପରାହ୍ନ ୧. ୩୦ରେ ପୂର୍ଣ୍ଣାହୁତୀ, ଆରତୀ, ପୁଷ୍ପାଞ୍ଜଳୀ ହୋଇଥିଲା l ଆଖପାଖ ଅଞ୍ଚଳରୁ ବିଭିନ୍ନ ନିମନ୍ତ୍ରିତ ସଂକୀର୍ତନ୍ୟ ଦଳ ଯୋଗଦାନ କରି ଥିବାବେକେ, ବରଗଡ଼ ଜିଲ୍ଲା ବରାହମୁଣ୍ଡା ଓ ତୁରୁମ ଖଲିଆପାଲି ମହିଳା ସଂକୀର୍ତନ୍ୟ ଦଳ ମଧ୍ୟରେ ବେଶ ମନଛୁଆଁ ବୈଠୁକି ଅନୁଷ୍ଠିତ ହୋଇଥିଲା l ଉପସ୍ଥିତ ସମସ୍ତ ଶ୍ରଦ୍ଧାଲୁଙ୍କୁ ଅନ୍ନଭୋଗ ବଣ୍ଟନ କରାଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ