Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ନୁଆଁ ପଦକ୍ଷେପ:ବରିଷ୍ଠଙ୍କ ସହ ଭାବ ବିନିମୟ

ସମ୍ବଲପୁର:ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଅଛି।
ଏହି ପରିପ୍ରେକ୍ଷୀରେ ସଭାପତି ପ୍ରମୋଦ ଝାଙ୍କରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବରପାଲି କୁ ଯାଇ ବିଶିଷ୍ଠ ସମାଜସେବୀ ତଥା ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଆଜୀବନ ସଦସ୍ୟ ଶ୍ରୀ ମୋତିଲାଲ ଅଗ୍ରୱାଲଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ I
ତେୟାଶୀ ବର୍ଷୀୟ ଶ୍ରୀ ଅଗ୍ରୱାଲ ଅତି ଭାବ ବିହ୍ଵଳ ହୋଇ ତାଙ୍କର ସମାଜିସେବା , ରାଜନୈତିକ ଓ ସ୍ଥାନୀୟ ଅଂଚଳରେ ନିଜର ସାଙ୍ଗଠନିକ ଉପଲବ୍ଧି ବର୍ଣ୍ଣନା କରିଥିଲେ I ଜଣେ ମେଧାବୀ ଛାତ୍ର, ଓଡ଼ିଆ ସାହିତ୍ୟ, ସଂସ୍କୃତ, ଇଂରାଜୀ ରେ ଅଗାଧ ରୁଚି ଓ ପ୍ରଖର ସ୍ମୃତି ଶକ୍ତି ତାଙ୍କର ବାର୍ତାଳାପ ରେ ସ୍ପଷ୍ଟ ଜଣାପଡୁଥିଲା I ସ୍ବର୍ଗତ ବିଜୁ ପଟନାୟକ, ରାଜେନ୍ଦ୍ର ନାରାୟଣ ସିଂଦେଓ,ଲାଲକୃଷ୍ଣ ଆଡ଼ଭାନୀ ଆଦି ବିଶିଷ୍ଟ ନେତାମାନଙ୍କଠୁ ଆରମ୍ଭ କରି ଗୁଡ଼ାଏ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍ଗ ସହ ସୁସମ୍ପର୍କ ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱର ପରିଚୟ I ଆଜି ସେ ଅନ୍ତରଙ୍ଗ ଅଭୁଲା ଭାବ ବିନିମୟ କରି ସାମାଜିକ କାମ ରେ ଆମ ସଂଗଠନର କାର୍ଯ୍ୟଶୈଳୀକୁ ଶ୍ରୀ ଅଗ୍ରୱାଲ ପ୍ରସଂଶା କରିଥିଲେ।
ଏହି ସ୍ମରଣୀୟ ସାକ୍ଷାତକାର ରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଗୋବିନ୍ଦ ଦାଶ , କେଦାର ମିଶ୍ର, ପ୍ରଶନ୍ନ ପ୍ରଧାନ, ସୁରେନ୍ଦ୍ର ମୋହନ ଚାନ୍ଦ ଆଦି କର୍ମକର୍ତ୍ତା ଯୋଗ ଦେଇ ଶ୍ରୀ ଅଗ୍ରୱାଲଙ୍କ ସୁସ୍ଥ ଦୀର୍ଘ ନିରାମୟ କାମନା କରିଥିଲେ I